ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନ ସମୟରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ ପରାଜିତ ହୋଇଛନ୍ତି । ଟ୍ରମ୍ପଙ୍କ ଶାସନରେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ରିପବ୍ଲିକାନ୍ ନେତା ଜେଡି ଭେନ୍ସ ଉପରାଷ୍ଟ୍ରପତି ହେବେ ।
କମଲା ହାରିସ ଜଣେ ଭାରତୀୟ ବଂଶୋଦ୍ଭବ । କମଲାଙ୍କ ମାଆ ଭାରତୀୟ ଏବଂ ବାପା ଦକ୍ଷିଣ ଆଫ୍ରିକୀୟ-ଆମେରେକୀୟ ଥିଲେ । କମଲା ହାରିସଙ୍କ ପରି ଆମେରିକାର ନୂତନ ଉପରାଷ୍ଟ୍ରପତିଙ୍କ ଭାରତ ସହ ସମ୍ପର୍କ ରହିଛି । ଜେଡି ଭେନ୍ସଙ୍କ ଭାରତ ସହ ଏକ ନିବିଡ଼ ସମ୍ପର୍କ ରହିଛି । ସେ ଭାରତୀୟ ବଂଶୋଦ୍ଭବ ଉଷା ଭେନ୍ସଙ୍କୁ ବିବାହ କରିଛନ୍ତି । ଜେଡି ଉପରାଷ୍ଟ୍ରପତି ପଦର ଶପଥ ନେବା ସହ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଉଷା ଆମେରିକାର ସେକେଣ୍ଡ ଲେଡି ହେବେ ।
#WATCH | West Palm Beach, Florida | #DonaldTrump congratulates his running mate JD Vance, as he delivers his victory address at Palm Beach County Convention Center. #USElection2024
— ANI (@ANI) November 6, 2024
(Video Source: Reuters) pic.twitter.com/BZFmOVevp2
ଉଷା ଭେନ୍ସଙ୍କ ଭାରତ ସହ ସମ୍ପର୍କ
ଉଷା ଭେନ୍ସଙ୍କ ବାପା-ମାଆ ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାର ପାମରୁ ଗାଁର ବାସିନ୍ଦା । ବାପା ରାଧାକୃଷ୍ଣ ଚିଲୁକୁରି ଏବଂ ମାଆ ଲକ୍ଷ୍ମୀ ରୋଜଗାର ପାଇଁ ଆମେରିକା ଯାଇଥିଲେ । ସାନ୍ ଡିଏଗୋରେ ଉଷାଙ୍କ ପାଠ ପଢା ହୋଇଥିଲା । ଉଷା ୟେଲ୍ ବିଶ୍ୱବିଦ୍ୟାଳୟରୁ ଇତିହାସରେ ବିଏ ଏବଂ କ୍ୟାମ୍ବ୍ରିଜରୁ ଆଧୁନିକ ଇତିହାସରେ ଏମଫିଲ୍ କରିଛନ୍ତି । ଏହା ବ୍ୟତୀତ ୟେଲ ବିଶ୍ୱବିଦ୍ୟାଳୟରୁ ଉଷା ଆଇନରେ ଡିଗ୍ରି ହାସଲ କରିଛନ୍ତି । ଏହାସହ ଦର୍ଶନ ଶାସ୍ତ୍ରରେ କ୍ୟାମ୍ବ୍ରିଜରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି । ଉଷା ପେଶାରେ ଜଣେ ଆଇନଜୀବୀ ।
୨୦୧୪ ମସିହାରେ ୟେଲରୁ ଗ୍ରାଜୁଏଟ୍ ହେବାର ଗୋଟିଏ ବର୍ଷ ପରେ ଜେଡି ଭେନ୍ସଙ୍କୁ ବିବାହ କରିଥିଲେ । ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା । ବିବାହ ସମସ୍ତ ପୂଜା ବିଧି ହିନ୍ଦୁ ପୂଜାରୀଙ୍କ ଦ୍ୱାରା ହୋଇଥିଲା । ଉଷା ଏବଂ ଭେନ୍ସଙ୍କ ତିନି ସନ୍ତାନ ଅଛନ୍ତି । ଦୁଇ ପୁଅଙ୍କ ନାଁ ଇଭାନ ଏବଂ ବିବେକ ହୋଇଥିବା ବେଳେ ଝିଅଙ୍କ ନାଁ ମିରାବେଲ୍ । ଉଲ୍ଲେଖଯୋଗ୍ୟ ଯେ ଜେଡି ଭେନ୍ସ କ୍ୟାଥଲିକ ଏବଂ ଉଷା ଏବେ ବି ହିନ୍ଦୁ ଧର୍ମ ପାଳନ କରୁଛନ୍ତି ।