କଲେକ୍ଟର ହେବା ପାଇଁ କେଉଁ ପାଠ ପଢିବେ ? ଜାଣନ୍ତୁ କିଛି ତଥ୍ୟ...

Published By : Prameya-News7 Bureau | January 10, 2025 IST

ନୂଆଦିଲ୍ଲୀ ୧୦।୦୧; କଲେକ୍ଟର ହେବାକୁ ପ୍ରାୟ ସମସ୍ତଙ୍କର ରହିଥାଏ ସ୍ବପ୍ନ । ଏହି ସ୍ବପ୍ନକୁ ସାକାର କରିବାକୁ ଦିନରାତି ଏକ କରି ଛାତ୍ରଛାତ୍ରୀ କରିଥାନ୍ତି ପରିଶ୍ରମ । ଯିଏ ସଫଳ ହୁଅନ୍ତି କଲେକ୍ଟର ସିଟ୍ ତାଙ୍କର । ଅଧିକାଂଶ ଲୋକ ଜାଣିବାକୁ ଚାହିଁଥାନ୍ତି କି କଲେକ୍ଟର ହେବାକୁ ହେଲେ କେତେ ପାଠ ପଢିବାକୁ ପଡିଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ କିଛି ତଥ୍ୟ...

ଜଣେ ଆଇଏଏସ୍ ଅଧିକାରୀ କୌଣସି ଜିଲ୍ଲାର ବି ହୋଇପାରନ୍ତି କଲେକ୍ଟର । ଆଇଏଏସ୍ ହେବା ପାଇଁ ୟୁପିଏସି ସିଏସ୍ଇ ପରୀକ୍ଷା କ୍ରାକ୍ କରିବାକୁ ପଡିଥାଏ । ଏହି ପରୀକ୍ଷାକୁ କ୍ରାକ୍ କରିବା ପରେ ଯେଉଁ ପରିକ୍ଷାର୍ଥୀ ଟପ୍ ରାଙ୍କରେ ରହିଥାନ୍ତି ସେମାନଙ୍କୁ ପ୍ରଶାସନିକ ସେବାରେ କାମ କରିବାକୁ ସୁଯୋଗ ମିଳିଥାଏ । ୟୁପିଏସି ସିଏସ୍ଇର ପରୀକ୍ଷା କ୍ରାକ୍ କରିବା ଏବଂ ଆଇଏଏସ୍ ଅଧିକାରୀ ହେବା ପରେ ଭିନ୍ନ ଭିନ୍ନ ପଦରେ ପୋଷ୍ଟିଂ କରାଯାଇଥାଏ । 

ଏହି ପଦରେ ଜିଲ୍ଲା କଲେକ୍ଟରର ପଦ ମଧ୍ୟ ସାମିଲ ରହିଥାଏ । ଅର୍ଥାତ୍ ଯଦି ଆପଣ କଲେକ୍ଟର ହେବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ୟୁପିଏସ୍ସି ସିଏସ୍ଇର ପରୀକ୍ଷାରେ ଟପ୍ ରାଙ୍କରେ ପାସ୍ କରିବାକୁ ପଡିବ । ଏହି ପରୀକ୍ଷାରେ ବସିବା ପାଇଁ ସର୍ବନିମ୍ନ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ କିମ୍ବା କଲେଜରୁ ଗ୍ରାଜୁଏସନ୍ ଡିଗ୍ରୀ ରହିଥିବା ଆବଶ୍ୟକ । ଅର୍ଥାତ୍ ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି ତେବେ ଆପଣ  ୟୁପିଏସ୍ସି ସିଏସ୍ଇ ପରୀକ୍ଷା ଦେଇପାରିବେ । ଆଉ ନିଜ ସ୍ବପ୍ନକୁ ପୂରଣ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.