ନୂଆଦିଲ୍ଲୀ ୧୩।୦୩: ବର୍ତ୍ତମାନ ଡିଜିଟାଲ୍ ଯୁଗ । ପିଲାଙ୍କଠାରୁ ବୁଢା, ସମସ୍ତେ ଟେକ୍ନୋଲୋଜି ସହ ଜଡିତ । ପ୍ରତ୍ୟେକ ମଣିଷ କିଛି ନା କିଛି ଟେକ୍ନୋଲୋଜି ସହ ଲାଗି ରହୁଛନ୍ତି । ଏହି ଡିଜିଟାଲ୍ ଯୁଗରେ ପିଲାଙ୍କ ପାଳନପୋଷଣ ଖୁବ୍ କଷ୍ଟକର ହୋଇପଡିଛି । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଏହି ଟିପ୍ସ ଆପଣଙ୍କ କାମରେ ଲାଗିପାରେ ।
ଡିଜିଟାଲ୍ ଦୁନିଆରେ ସତର୍କ ରହିବା ଉଚିତ୍ । ଅନ୍ଲାଇନ୍ ପ୍ଲାଟଫର୍ମରେ ପିଲା ପାଇଁ ନେଟ୍ଫ୍ଲିକ୍ସ ଶୋ’ପରି ଅନେକ ଆପ୍ ମହଜୁଦ୍ ରହିଥାଏ । ଯଦି ପିଲା ଅନ୍ଲାଇନ୍ ଥିବା ବେଳେ କୌଣସି ଅନାବଶ୍ୟକ ସାଇଟ୍ ଚାଲିଆସେ, ତେବେ ତୁରନ୍ତ ଅଭିଭାବକଙ୍କୁ ଦେଖାଇବା ଉଚିତ୍ ବୋଲି ପିଲାକୁ ବୁଝାନ୍ତୁ ।
ସେହିପରି ଯଦି ପିଲା ଆପଣଙ୍କ ମୋବାଇଲ୍ ବ୍ୟବହାର କରୁଥାଏ, ତେବେ ଅଭିଭାବକ ନିଜେ ଏଭଳି ଆପ୍ଲିକେଶନ୍ର ବ୍ୟବହାର କରିବା ଅନୁଚିତ୍ । ତଥାପି ସେଟିଂକୁ ନିୟମିତ ଯାଞ୍ଚ କରିବା ସହ ପିଲାର ସୀମାକୁ ନିର୍ଦ୍ଧାରଣ କରିପାରିବେ ।
ପିଲା ପାଇଁ ଟେକ୍ନୋଲୋଜି ସମୟକୁ ବାଣ୍ଟନ୍ତୁ । ସ୍କ୍ରିନ୍ ସମୟକୁ ସୀମିତ କରନ୍ତୁ । ଯାହା ଫଳରେ ପିଲା ଅନ୍ୟ ଆକ୍ଟିଭିଟି ଯେପରିକି ଗାର୍ଡେନିଂ, ଗ୍ୟାସ୍ ବିନା ରେସିପି ତିଆରି କରିବା, ଆର୍ଟ ଓ କ୍ରାପ୍ଟ ଆଦି ପାଇଁ ସମୟ ବାହାର କରିପାରିବ । ଏହାବ୍ୟତୀତ ବିଭିନ୍ନ ଆଟଉଡୋର ଗେମ୍ରେ ସମୟ ଦେବା ଉପରେ ଗୁରୁତ୍ୱ ଦେବା ଶିଖାନ୍ତୁ ।
ସେହିପରି ବିଭିନ୍ନ ଘର କାମ ଯେପରିକି ବେଡ୍ସିଟ୍ ସଜାଇ ରଖିବା ଓ ନିଜ ଖେଳନାକୁ ସଜାଇ ରଖିବା ପରି ଛୋଟ ଛୋଟ କାମ କରିବାକୁ କୁହନ୍ତୁ । ପିଲାଟି ବଡ଼ ହେବା ସହ ନିଜ ରୁଚି ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ଅନ୍ଲାଇନ୍ ପ୍ଲାଟଫର୍ମ ଓ ୱେବ୍ସାଇଟ୍ର ଉପଯୋଗ ଆପେ ଆପେ ଜାଣିପାରିବ ।