ଗାଁ କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | October 03, 2024 IST

ଭୁବନ ୩।୧୦: ପାରିବାରିକ କଳହର କରୁଣ ପରିଣତି । ଗାଁ କୂଅରୁ ମିଳିଲା ମହିଳାଙ୍କ ମୃତଦେହ । ସ୍ବାମୀ ମାରି କୂଅରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମ ମଝିସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ବାଲିବୋ ଗ୍ରାମ ମଝିସାହିରେ ଦୁଃଖବନ୍ଧୁ ରାଉତ ୧୨ ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କଅଁସ ଗ୍ରାମର ଅନାମ ଚରଣ ସାହୁଙ୍କ ଝିଅ ବାସନ୍ତୀଙ୍କୁ ଦ୍ବିତୀୟ ବିବାହ କରିଥିଲେ । ତାଙ୍କର କୌଣସି ପିଲାଛୁଆ ନଥିଲେ । ସ୍ବାମୀ ଦୁଃଖବନ୍ଧୁ ପ୍ରତିଦିନ ମଦ୍ୟପାନ କରି ଓ ଗଞ୍ଜେଇ ଟାଣି ସ୍ତ୍ରୀଙ୍କ ସହିତ ଝଗଡା କରୁଥିଲେ । କିନ୍ତୁ ବୁଧବାର ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚରମ ସୀମାରେ ପହଞ୍ଚି ଯାଇଥିଲା । ନୃଶଂସ ସ୍ବାମୀ ଦୁଃଖବନ୍ଧୁ ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ଗାଁ କୂଅରେ ପକାଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । 

ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ଦୁଃଖବନ୍ଧୁଙ୍କୁ ଅଟକ ରଖି ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି କୂଅରୁ ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ ଶବକୁ ଜବତ କରି ଭୁବନ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ମହିଳାଙ୍କ ବାପଘର ଲୋକେ ଭୁବନ ଥାନାରେ ହତ୍ୟା ମାମଲା କରିଥିବା ଜଣାପଡିଛି ।

You Can Read:

ଦାୟିତ୍ବ ନେଲେ ଟ୍ବିନ୍ ସିଟିର ଅତିରିକ୍ତି ପୋଲିସ କମିଶନର ଉମାଶଙ୍କର ଦାଶ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.