ଦାୟିତ୍ବ ନେଲେ ଟ୍ବିନ୍ ସିଟିର ଅତିରିକ୍ତି ପୋଲିସ କମିଶନର ଉମାଶଙ୍କର ଦାଶ

Published By : Prameya-News7 Bureau | October 03, 2024 IST

ଭୁବନେଶ୍ବର ୩।୧୦: ଦାୟିତ୍ବ ନେଲେ ଟ୍ବିନ୍ ସିଟିର ଅତିରିକ୍ତି ପୋଲିସ କମିଶନର ଉମାଶଙ୍କର ଦାଶ । ପୋଲିସ କମିଶନରେଟ୍ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କଲେ ଅତିରିକ୍ତ ପୋଲିସ କମିଶନର । ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିବା ପରେ ପୋଲିସ ହେଡ୍ କ୍ବାର୍ଟରରେ ସମସ୍ତ ଅଧିକାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ପୂର୍ବରୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନିର୍ବାହ କରିଥିଲେ ଉମାଶଙ୍କର ଦାସ ।

କାର୍ଯ୍ୟରେ ଯୋଗଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ମୁଁ ପୁଣି ଏତେ ବଡ଼ ସୁଯୋଗ ପାଇଛି । ଟ୍ବିନ୍‌ ସିଟି କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନେତୃତ୍ବରେ ଗଠିତ ଟିମ୍‌ରେ କାମ କରିବି । ସହରରୁ କିଭଳି ଅପରାଧ ମୁକ୍ତ କରିହେବ ସେ ଉପରେ ଆମର ଫୋକସ୍‌ ରହିବ ବୋଲି ଉମାଶଙ୍କର ଦାସ କହିଛନ୍ତି ।


ସୂଚନାଯୋଗ୍ୟ ଯେ, ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଡ. ଉମାଶଙ୍କର ଦାସ ମୟୂରଭଞ୍ଜର ବାସିନ୍ଦା । ସେ ଫିଜିକ୍ସ ଅନର୍ସରେ ବିଏସ୍‌ସି ପାସ୍ କରିବା ପରେ ଏମ୍‌ବିଏ କରିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି । ଏହା ପୂର୍ବରୁ ସେ ମାଲକାନଗିରି ଏସ୍‌ଡିପିଓ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ରାଉରକେଲା ଏବଂ ପୁରୀ ଏସ୍‌ପି, ଭୁବନେଶ୍ବର ଡିସିପି, ଅନୁଗୁଳ ଏସ୍‌ପି ଭାବେ କାମ କରିସାରିଛନ୍ତି ।

You Can Read:

କାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.