କାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ

Published By : Prameya-News7 Bureau | October 03, 2024 IST

ସୁବର୍ଣ୍ଣପୁର ୩।୧୦: ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ କାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗୁରୁବାର ଠାରୁ ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ମା’ ସୁରେଶ୍ବରୀଙ୍କ ନିକଟରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଛି । ମା’ ସୁରେଶ୍ୱରୀଙ୍କ ପୀଠରେ ଗୁରୁବାର ଭୋରରୁ ଭକ୍ତଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । କାଳୀ ବେଶରେ ମା’ଙ୍କୁ ଦର୍ଶନ କଲେ କୋଟି ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ଫଳରେ ଏହି ପୀଠକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟୁଛି । 

ତେବେ ସାରା ରାଜ୍ୟର ସମସ୍ତ ଶକ୍ତୀ ପୀଠ ଗୁଡିକରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ବୁଧବାର ମା’ ସୁରେଶ୍ବରୀ ଧବଳମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଗୁରୁବାର କାଳୀ ବେଶରେ ଦର୍ଶନ ଦେଉଛନ୍ତି । ଏହି କାଳୀ ବେଶରେ ମା’ଙ୍କୁ ଦର୍ଶନ କରି ଭକ୍ତ ମଧ୍ୟ ବେଶ୍ ଖୁସି ଅନୁଭବ କରୁଛନ୍ତି ।

ପବିତ୍ର ମହାଳୟା ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଧବଳମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମା’ ସୁରେଶ୍ୱରୀଙ୍କ ପୀଠରେ ଗୁରୁବାର ସକାଳୁ ଭକ୍ତଙ୍କ ବେଶ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଧବଳମୁଖି ବେଶ ଦର୍ଶନ କଲେ ଗଙ୍ଗା ସ୍ନାନ ପରି ପୁଣ୍ୟ ଓ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ   ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ତେଣୁ ବହୁ ଭକ୍ତ ବିଭିନ୍ନ ସ୍ଥାନରୁ ମା’ଙ୍କ ଦର୍ଶନ ପାଇଁ ଆସି ମା’ଙ୍କ ଦର୍ଶନ କରିଥିଲେ ।


You Can Read:

ଆଠଗଡ଼ରେ ବିଜେଡି ପକ୍ଷରୁ ଜନ ସଂପର୍କ ପଦଯାତ୍ରା, ସାମିଲ ହେଲେ ବହୁ କର୍ମୀ ଓ ନେତା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.