ବିଲକୁ ଯାଉଥିଲେ ମହିଳା, ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | December 21, 2024 IST

ବିନିକା ୨୧।୧୨ : ସୋନପୁର ଜିଲ୍ଲା ନରସିଂହଗଡ଼ ରେଳ ଷ୍ଟେସନ ନିକଟରେ ଅଘଟଣ । ଟ୍ରେନ୍‌ ଧକ୍କାରେ  କଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ନିକଟସ୍ଥ ଖମ୍ବେଶ୍ୱରୀପାଲିର ରାଧିକ ପୋଢ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ମହିଳା ଜଣକ କୌଣସି କାମରେ ନିଜ ବିଲକୁ ଯାଉଥିଲେ । ଏହି ସମୟରେ ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ମହିଳାଙ୍କ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା । ତେବେ ମୃତ ମହିଳା ଜଣଙ୍କ ଠିକ୍‌ ଭାବରେ ଶୁଣି ପାରୁନଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକ, ପୋଲିସ ଏବଂ ରେଲଓ୍ୱ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛନ୍ତି । ଏହାସହିତ ମୃତଦେହକୁ ମଧ୍ୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.