ବିନିକା ୧୭।୧୨: କଳା, ସଂସ୍କୃତି, ଐତିହ୍ୟକୁ ବଞ୍ଚାଇ ପିଢ଼ି ପରେ ପିଢ଼ି ଅନୁଷ୍ଠିତ ହୋଇଆସୁଛି ଗୋକୁଳାଷ୍ଟମୀ ଯାତ୍ରା l କୃଷ, ବଳରାମଙ୍କ ଲୀଳାଖେଳା ଠାରୁ ଆରମ୍ଭ କରି ବାଲ୍ୟ ଜୀବନ ସହ ଆଧାରିତ ଏହି ଯାତ୍ରା ଗୋକୁଳାଷ୍ଟମୀକୁ ବଞ୍ଚାଇ ରଖିଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଫୁଲମୁଠି ଠାରେ ଅନୁଷ୍ଠିତ ହୋଇଛି ଏହି ଗୋକୁଳାଷ୍ଟମୀ ଯାତ୍ରା ସହ କଂସ ଦରବାର l ଗତ ୪ ବର୍ଷ ହେବ ପୂର୍ବ ପିଢ଼ିରୁ ହୋଇଆସୁଥିବା ଯାତ୍ରାରେ କଂସ ଦରବାର କାର୍ଯ୍ୟକ୍ରମ କରଯାଉଛି l ଦୀର୍ଘ ୧୦ଦିନ ଧରି ଚାଲୁଥିବା ଏହି ଯାତ୍ରା ପାଇଁ ଫୁଲମୁଠି ଗ୍ରାମ ପାଲଟି ଯାଇଥାଏ ମଥୁରା ନଗରୀ l କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ପଣ୍ଡାଙ୍କ ଅଭିନୟ ପାଇଁ ପ୍ରବଳ ଶୀତରେ ବି କଂସ ଦରବାରର ମଞ୍ଚ ସମ୍ମୁଖରେ ହଜାର ହଜାର ଦର୍ଶକଙ୍କୁ ଦେଖିବାକୁ ମିଳେ l କଂସ ମହାରାଜାଙ୍କ ଅଭିନୟ ଏବଂ ତାଙ୍କ ହସରେ ପ୍ରକମ୍ପିତ ହୋଇଉଠେ ମଞ୍ଚ l ମାମୁ କଂସ ମହାରାଜା ନିଜ ଭଣଜାକୁ ମାରିବା ପାଇଁ ଗୋଟାଏ ପରେ ଗୋଟାଏ ରାକ୍ଷସକୁ ମଥୁରାରୁ ଗୋପପୁରକୁ ପଠାଇଥାନ୍ତି l କିନ୍ତୁ ସେଠି କୃଷ୍ଣ ଭଗବାନ ମଥୁରାରୁ ଗୋପପୁରକୁ ଯାଉଥିବା ଗୋଟିଏ ପରେ ଗୋଟାଏ ରାକ୍ଷସକୁ ମାରୁଥିବାରୁ ଖବର ପାଇ ମାମୁ କଂସ ବିଚଳିତ ହୋଇପଡେ l ମୁଖ୍ୟ ଆକର୍ଷଣ କଂସ ଦରବାର କୃଷ୍ଣ, ବଳରାମଙ୍କୁ ମାରିବା ପାଇ କଂସ କରୁଥିବା ବିଭିନ୍ନ ପ୍ରକାର ଚକ୍ରାନ୍ତ ଚଳାଇଛନ୍ତି l ବିଭିନ୍ନ ଅସୁରଙ୍କୁ ପ୍ରେରଣ କରିଛନ୍ତି ମାରିବାକୁ ଶ୍ରୀକୃଷ୍ଣ । କିନ୍ତୁ ନଟ ଖଟିଆ ଶ୍ରୀକୃଷ୍ଣ ସବୁ ଅସୁରଙ୍କୁ ସଂହାର କରନ୍ତି ତେଣୁ କଂସ ମର୍ମାହତ । ସବୁ ଦୁଃଖକୁ ଲାଘବ କରିବା ପାଇଁ କଂସ ସବୁଦିନ ଭିନ୍ନ ଭିନ୍ନ ଅତିଥିଙ୍କୁ ଡାକି ମଞ୍ଚରେ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥାନ୍ତି । ଏହି କଂସ ଦରବାର ଉଦଯାପନୀ ଉତ୍ସବରେ କଂସ ମହାରାଜାଙ୍କ ଆଦେଶରେ ମୁଖ୍ୟ ରାଜଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗଦେଇଥିଲେ l ମଞ୍ଚରେ ଅତିଥି ମାନଙ୍କ ମନମୁଗ୍ଧ ପାଇଁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଲୋକନୃତ୍ୟ କଳା ପ୍ରଦର୍ଶନ କରାଯାଇଥାଏ l
କଂସ ଦରବାର ସହ ଯାତ୍ରା ପଡିଆରେ ମୀନାବଜାର, ବିଭିନ୍ନ ପ୍ରକାରର ଦୋଲିଖେଲ, ରାମ ଦୋଳି, ସେଲ୍ଫି ପଏଣ୍ଟ, ବିଭିନ୍ନ ହୋଟେଲ ଓ ଷ୍ଟଲର ସୁସ୍ୱାଦୁ ଖାଦ୍ୟର ମନା ନେଉଛନ୍ତି ଲୋକେ । ଏହି ଯାତ୍ରା ଦେଖିବା ପାଇଁ ଅଞ୍ଚଳର ପାଖପାଖ ଗ୍ରାମର ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖାଦେଇଥାଏ l ବିଶେଷ କରି ଛୋଟ ଛୋଟ ପିଲାଙ୍କ ପାଇଁ ଏହି ଯାତ୍ରା ବେଶ ଉପଭୋଗ କରିବା ସାଙ୍ଗକୁ ମନୋରଞ୍ଜନ କାର୍ଯ୍ୟକ୍ରମ କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ପଣ୍ଡାଙ୍କ ଅଭିନୟ ବେଶ ଆକୃଷ୍ଟ କରିଥାଏ l ହଜାର ହଜାର ଦର୍ଶକଙ୍କ ଭିଡ ଜମୁଥିବାରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି l
You Can Read:
ଟେଣ୍ଡର ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାର : ସିବିଆଇରେ ହାଜର ହେଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ୩ କର୍ମଚାରୀ