ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି,ବାଇକରେ ନେଲେ ପରିବାର ଲୋକ

Published By : Prameya-News7 Bureau | December 01, 2024 IST

ବିନିକା /୧୨:ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି । ପରିବାରର ଅବସ୍ଥା ଏମିତି ଯେ ଗାଡି ପାଇଁ ଅର୍ଥ ଯୋଗାଡ କରିବା ସମ୍ଭବ ନଥିଲା । ଏଥିପାଇଁ ଯାହା ଥିଲା ବେଶ ହୃଦୟ ବିଦାରକ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରୁ ଆସିଛି ଏମିତି ଅଭାବନୀୟ ଚିତ୍ର । ପାତିକାରପଡାର ବିଦ୍ୟାଧର ନାଏକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଡାକ୍ତରଖାନାରେ ମହାପ୍ରୟାଣ ଗାଡି ନଥିଲା । ଟଙ୍କା ନଥିବାରୁ ଗାଡି ଭଡା କରିନପାରି ବାଇକରେ ମୃତଦେହ ନେଇଥିଲେ ପରିବାର ଲୋକ । ବିନିକା ଡାକ୍ତରଖାନାରେ ଦୀର୍ଘ ଦିନ ହେବ ନାହିଁ ମହାପ୍ରୟାଣ ଗାଡି । ଲୋକେ ସାଇକେଲ,ବାଇକରେ ମୃତଦେହ ନେଉଥିବାର ନଜିର ରହିଛି । ପ୍ରଶାସନ ତୁରନ୍ତ ବିନିକା ଡାକ୍ତରଖାନାରେ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି ହୋଇଛି । 


 

  • subarnapur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.