କରଞ୍ଜିଆ ୪/୧:ମୋରମ ଖାଦାନରେ ଫସିଛି ହାତୀ ଛୁଆ । ଜଗିରହିଛି ମାଆ । ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ପୋକାମୁଣ୍ଡା ଜଙ୍ଗଲରେ ଥିବା ମୋରମ ଖାଲରେ ହାତୀ ଛୁଆଟି ଖସି ପଡି ଫସି ରହିଛି । ତା ଗୋଡରେ ଆଘାତ ଲାଗିଥିବା ଅନୁମାନ କରାଯାଉଛି । ପାଖରେ ଛୁଆକୁ ଜଗି ରହିଛି ମାଆ ହାତୀ । ଆଉ ୩ଟି ହାତୀ ମଧ୍ୟ ଥିବାରୁ ଉଦ୍ଧାର କାମ ହୋଇପାରୁନି ।
ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ କରାଯାଉଛି । ସେଠାରୁ ହାତୀ ଗଲା ପରେ ରେସକ୍ୟୁ ଅପରେସନ ଆରମ୍ଭ ହେବ । ଜେସିବି ଓ ବିଭିନ୍ନ ଉପକରଣ ଧରି ବନବିଭାଗ ପ୍ରସ୍ତୁତ ଥିଲେ ମଧ୍ୟ ମାଆ ହାତୀ ଥିବାରୁ ଉଦ୍ଧାର କାମ ଆରମ୍ଭ ହୋଇପାରୁନି । ଯଦି ଆବଶ୍ୟକ ପଡେ ମାଆ ହାତୀକୁ ଟ୍ରାଙ୍କୁଲାଇଜ କରାଯିବ ବୋଲି କହିଛନ୍ତି କରଞ୍ଜିଆ DFO ଶ୍ରୀକାନ୍ତ ନାୟକ। ହାତୀର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉପସ୍ଥିତ ଅଛନ୍ତି ମେଡିକାଲ ଟିମ୍ । ସେପଟେ ହାତୀ ଛୁଆକୁ ଦେଖିବାକୁ ଖାଦାନ ନିକଟରେ ଭିଡ ଲଗାଇଛନ୍ତି ସ୍ଥାନୀୟ ଲୋକେ । କିଏ ଫଟୋ ଉଠାଉଛି ତ ଆଉ କିଏ ଭିଡିଓ କରୁଛି ।