ବିନିକା ୩୦।୧୧ : ଧାନଅମଳ ବେଳେ କାଳ ହେଲା ଅଦିନିଆ ବର୍ଷା । ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି ଅଦିନିଆ ବର୍ଷା । ଚାଷୀ ପାଖରୁ ଦାନା ଛଡାଇ ନେଇଛି ଅଦିନିଆ ବର୍ଷା । ଭାଗ୍ୟକୁ ଆଦରି ଏବେ ଚିନ୍ତାରେ ଚାଷୀ ।
ବାତ୍ୟା ପେଙ୍ଗଲ ପାଇଁ ରାଜ୍ୟରେ କୋହଲା ପାଗ ଲାଗିରହିଛି । ସୋନପୁର ଜିଲ୍ଲାରେ ମଧ୍ୟ କୋହଲା ପାଗ ଲାଗି ରହିଛି । ଶୁକ୍ରବାର ସଂଧ୍ୟାରୁ ଝିପି ଝିପି ବର୍ଷା ହେଉଛି । ଯେଉଁଥି ପାଇଁ ଚାଷୀ ସୁନାର ଫସଲକୁ ବଞ୍ଚାଇବା ଚିନ୍ତାରେ । ଅନ୍ୟପଟେ ଚଳିତ ବର୍ଷ ଧାନ କିଣାରେ କିଛି ନିୟମ ବଦଳିଥିବାରୁ ଚାଷୀ ଏଭଳି ବର୍ଷା ହେଲେ କିଭଳି ବିକ୍ରି କରିବ । ସେଥିପାଇଁ ମଧ୍ୟ ଚିନ୍ତାରେ ଚାଷୀ । ସୋନପୁର ଜିଲ୍ଲାରେ ଚଳିତ ବର୍ଷ ଧାନ ବିକ୍ରି ପାଇଁ ମଣ୍ଡି ଖୋଲନାହିଁ । ଚାଷୀ ଧାନ ବିକ୍ରି ଅପେକ୍ଷାର ରହିଛି । ବର୍ଷା ହେବାରୁ ଖଳାରେ ଧାନକୁ ବଞ୍ଚାଇବା ପାଇଁ ପାଲ ଢାଙ୍କି ଜଗିରହିଛି ଚାଷୀ ।