ମଣ୍ଡି ଅବ୍ୟବସ୍ଥା ନେଇ ରାଜରାସ୍ତାରେ ଚାଷୀ, ଧାନ ବସ୍ତା ରଖି ରାସ୍ତାରୋକ

Published By : Prameya-News7 Bureau | December 28, 2024 IST

ବିନିକା ୨୮।୧୨: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼କଲେ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାସ୍ତାରୋକ l ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତାରେ ଧାନ ରଖି ଆନ୍ଦୋଳନ କରୁଛନ୍ତି ଚାଷୀ l ସେପଟେ ସାରସମାଲ ଠାରେ ମଧ୍ୟ ବରଗଡ଼ ସୋନପୁର ମୁଖ୍ୟ ରାସ୍ତାର ଶୁକ୍ରବାର ଠାରୁ ନିଆରା ପ୍ରତିବାଦ କୀର୍ତ୍ତନ କରି ରାସ୍ତାରେ ଧାନ ରଖି ଆନ୍ଦୋଳନ କରିଛନ୍ତି l ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ କରୁଛନ୍ତି l କଟ୍‌ନି ଛଟ୍‌ନି ଓ ଟୋକନ ସମସ୍ୟା ଆଦି ବିଭିନ୍ନ ସମସ୍ୟା ରହିଛି । ଚାଷୀ ସମସ୍ୟା ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗରେ ରାଜରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି l


You Can Read:

ଚଳିତବର୍ଷ ପ୍ରମେୟ ‘ଗୃହଲକ୍ଷ୍ମୀ’ କ୍ରାଉନ ପିନ୍ଧିଲେ ମିନତୀ ସାହୁ, ଖବର କାଗଜ ବିତରକଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଏଭଳି ପଦକ୍ଷେପ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.