କାମାକ୍ଷାନଗର ୧୩।୧୧ : ଅବକାରୀ ବିଭାଗର ଆକ୍ସନ । ୪ଟି ଏକାସାଙ୍ଗେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ସହ ୧୪ଟି ବାଇକ୍, ୧ଟି ସ୍କର୍ପିଓ ଏବଂ ୧୭ ଟନ୍ କୋଇଲା ଜବତ ହୋଇଛି । ଏହାସହ ୨ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଦୀର୍ଘ ଧରି ବେଆଇନ୍ ଦେଶୀ ମଦର କାରବାର ଚାଲିଥିଲା । ଯାହାର ଖବର ପାଇଥିଲା ଅବକାରୀ ବିଭାଗ । ଏହିକ୍ରମରେ ଅବକାରୀ ବିଭାଗର ୪ଟି ଟିମ୍ ଏକାସାଙ୍ଗେ ଚଢାଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣରେ ଦେଶୀ ମଦ, ୧୪ଟି ବାଇକ୍, ଗୋଟିଏ ସ୍କର୍ପିଓ, ୧୪ଟନ କୋଇନ୍ ଜବତ ହୋଇଛି । ଏହାସହ ୩ ହଜାର ଲିଟର ଦେଶୀ ମଦ ଏବଂ ମଦ ତିଆରୀ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସେହିପରି ଏହି କାରବାରରେ ସଂପକ୍ତ ଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ବାକି କିଛି ମଦ ମାଫିଆ ଘଟଣାସ୍ଥଳରୁ ଫେରାର ମାରିଥିବା ସୂଚନା ମିଳିଛି । ସେମାନଙ୍କୁ ଗିରଫ ପାଇଁ ଅବକାରୀ ବିଭାଗ ଏବଂ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଜଣାପଡିଛି ।