ଢେଙ୍କାନାଳ ୦୮।୧୨: ସାପୁଆ ନଦୀରେ ଭାସୁଛନ୍ତି ମଲା ମାଛ ଏବଂ ଜଳଚର ଜୀବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଦଣ୍ଡିଲ ବନ୍ଧରୁ ଆଠଗଡ଼ ଦେଇ ମହାନଦୀକୁ ସଂଯୋଗ କରୁଥିବା ସାପୁଆ ନଦୀରେ ଭାସୁଛନ୍ତି ।
ଖବର ଅନୁଯାୟୀ, ରବିବାର ଦିନ ସାପୁଆ ନଦୀରେ ମାଛ ଏବଂ ଜଳଚର ଜୀବ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ଲୋକେ । ଶନିବାର ରାତିରେ କୌଣସି ଦୁର୍ବୃତ୍ତ କୀଟନାଶକ ଔଷଧ ପକେଇଥିବା ସନ୍ଦେହ କରାଯାଉଛି । ହେଲେ ବର୍ତ୍ତମାନ ଯାଏଁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ମାଛ ଧରିବା ପାଇଁ ସାପୁଆ ନଦୀରେ ଲୋକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଛି ।