ପୁତୁରାଙ୍କୁ କକାଙ୍କ ଜବାବ, ମୁଁ NCPର ଅଧ୍ୟକ୍ଷ; ଅଜିତଙ୍କ ଅବସର କଟାକ୍ଷ ଉପରେ ଏମିତି ଉତ୍ତର ରଖିଲେ ଶରଦ ପାଓ୍ଵାର

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ: ମୁଁ ହିଁ ଏନସିପିର ଅଧ୍ୟକ୍ଷ। ଅନ୍ୟ କିଏ କେମିତି ପାର୍ଟିର ଅଧ୍ୟକ୍ଷ ହୋଇ ପାରିବ। ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏମିତି ରୋକ୍ ଠୋକ୍ ଜବାବ ଦେଇଛନ୍ତି ଏନସିପିର ବର୍ଷୀୟା ନେତା ଶରଦ ପାଓ୍ଵାର। ଗୁରୁବାର ନିଜ ବିଶ୍ଵସ୍ତଙ୍କ ସହିତ ଦିଲ୍ଲୀରେ ଏନସିପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ କରିଛନ୍ତି ଶରଦ ପାଓ୍ଵାର। ଅପରପକ୍ଷେ ପୁତୁରା ତଥା ଏନସିପି ବିଦ୍ରୋହୀ ଗୋଷ୍ଠୀର ନେତା ଅଜିତ ପାଓ୍ଵାର ଶରଦଙ୍କ ବୈଠକକୁ ବେଆଇନ ବୋଲି କହିଛନ୍ତି।

ଶରଦ ପାଓ୍ଵାର ବିଦ୍ରୋହୀ ନେତା ଅଜିତ ପାଓ୍ଵାରଙ୍କ ଉକ୍ତ କଟାକ୍ଷର ଜବାବ ଦେଇଛନ୍ତି, ଯେଉଁଥିରେ ଅଜିତ କହିଥିଲେ ଯେ, ଏବେ ସମୟ ଆସି ଯାଇଛି କକା ଅବସର ନେଇ ଯାଆନ୍ତୁ ଏବଂ ମୋତେ ଏନସିପିର ସବୁ ଦାୟିତ୍ଵ ଦେଇ ଦିଅନ୍ତୁ। ଏହା ଉପରେ ଜବାବ ଦେଇ ଶରଦ କହିଛନ୍ତି, ଏଥିରେ କୌଣସି ଫରକ ପଡ଼େ ନାହିଁ ଯେ କିଏ ୮୨ ବର୍ଷ ହେଉ କି ୯୨ ବର୍ଷ।

wp:heading {"level":4}

ଅଧିକ ପଢନ୍ତୁ- NCP ଅଧ୍ୟକ୍ଷ ପଦରୁ ଶରଦଙ୍କୁ ହଟାଇ ଦେଲେ ଅଜିତ, ପାର୍ଟି ଉପରେ ଜାହିର କଲେ ଦାବି

/wp:heading

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶରଦ ପାଓ୍ଵାର ଯେଉଁ ବୈଠକ ଡକାଇଛନ୍ତି ତାହା ବେଆଇନ ଅଟେ। ପ୍ରକୃତରେ ଏନସିପି କାହାର ଏହା ନିଷ୍ପତ୍ତି ନେବା ନିର୍ବାଚନ ଆୟୋଗଙ୍କ ଅଧିକାର ରହିଛି। ଏଥିପାଇଁ ପାର୍ଟିର କୌଣସି ନେତାଙ୍କୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଇବାର ଅଧିକାର ନାହିଁ। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମାନିବା ଆଇନତଃ କେହି ବାଧ୍ୟ ନୁହନ୍ତି।

Sharad Pawar when asked if Ajit Pawar rebellion had his blessings: 'It's  mean, low intellect…' | Mint #AskBetterQuestions

ଦିଲ୍ଲୀ ସ୍ଥିତ ଶରଦ ପାଓ୍ଵାରଙ୍କ ବାସଭବନରେ ଅନୁଷ୍ଠିତ ଏନସିପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୁପ୍ରିୟା ସୁଲେ, ସାଂସଦ ଫୌଜିଆ ଖାନ, ବନ୍ଦନା ଚହ୍ଵାଣ, ପିସି ଚାକୋ(କେରଳ ସଭାପତି), ଯୋଗାନନ୍ଦ ଶାସ୍ତ୍ରୀ, ଜିତେନ୍ଦ୍ର ଆହ୍ଵାଡ, ବୀରେନ୍ଦ୍ର ଶର୍ମା(ହରିୟାଣା ସଭାପତି) ଯୋଗ ଦେଇଥିଲେ। କେବଳ ଏତିକି ନୁହେଁ ଶରଦ ପାଓ୍ଵାର ଆଜି ଜାତୀୟ କାର୍ଯ୍ୟକାରିଣୀ ବ୍ୟତୀତ ଜାତୀୟ କାର୍ଯ୍ୟସମିତି, ଜାତୀୟ ପଦାଧିକାରୀ ଏବଂ ରାଜ୍ୟ ପାର୍ଟି ସଭାପତିଙ୍କ ବୈଠକ ଡକାଇଥିଲେ।

Ajit Pawar News: Rebel MP Amol Kolhe Resigns from NCP Day After Returning  to Sharad Camp; Maha Speaker Says No Split in Party - News18

ବୈଠକ ସଂପନ୍ନ ପରେ ପାର୍ଟିର କେରଳ ସଭାପତି ପିସି ଚାକୋ କହିଛନ୍ତି, ଏନସିପି ନୂତନ କାର୍ଯ୍ୟକାରିଣୀ କମିଟିର ନିର୍ବାଚନ କରାଇ ନେଇଛି। ପାର୍ଟିରେ ଏବେ ମଧ୍ୟ ୨୭ ୟୁନିଟ ଶରଦ ପାଓ୍ଵାରଙ୍କ ସହିତ ରହିଛନ୍ତି। ମହାରାଷ୍ଟ୍ର ପାର୍ଟିରେ ଗୋଟିଏ ହେଲେ କମିଟି ଅଜିତ ପାଓ୍ଵାରଙ୍କ ସହିତ ନାହାନ୍ତି। ରାଜ୍ୟର ୫ ଶାଖାର ସଭାପତି ଲିଖିତ ଭାବେ ପତ୍ର ଲେଖି ନିଜର ସହମତି ପ୍ରକାଶ କରିଛନ୍ତି। ଅବଶିଷ୍ଟ କମିଟିର ମୁଖ୍ୟ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ୮ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ସମସ୍ତେ ଶରଦ ପାଓ୍ଵାରଙ୍କ ନେତୃତ୍ଵ ଉପରେ ଭରସା ପ୍ରକଟ କରିଛନ୍ତି। ଏପରିକି ୯ ବିଧାୟକଙ୍କ ବହିଷ୍କାର ନିଷ୍ପତ୍ତି ଉପରେ ସମସ୍ତେ ସହମତି ଜଣାଇଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ‘ମୋ ଅନୁମତି ବିନା…’ ଅଜିତଙ୍କ ପଛ ପଟେ ନିଜ ଫଟୋ ଦେଖି ଚେତାବନୀ ଦେଲେ ଶରଦ ପାଓ୍ଵାର

/wp:heading

ଶରଦ ପାଓ୍ଵାରଙ୍କୁ ଭେଟିଲେ ରାହୁଲ

ଏହି ସବୁ ଘଟଣାକ୍ରମ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଏନସିପି ପ୍ରମୁଖ ଶରଦ ପାଓ୍ଵାରଙ୍କୁ ଭେଟିଛନ୍ତି। ପାଓ୍ଵାରଙ୍କ ବାସଭବନ ହୋଇଥିବା ସାକ୍ଷାତ ବେଳେ ରାହୁଲ ଗାନ୍ଧୀ ଆମେ ଆପଣଙ୍କ ସହ ଅଛୁ ବୋଲି କହିଥିଲେ। ଉଲ୍ଲେଖନୀୟ ଏନସିପିରେ ବିଦ୍ରୋହ କରି ଅଜିତ ପାଓ୍ଵାର ନିଜର ସମର୍ଥକ ବିଧାୟକଙ୍କ ସହ ଏକନାଥ ସିନ୍ଦେ ସରକାରରେ ସାମିଲ୍ ହୋଇଛନ୍ତି। ଅଜିତ ପାଓ୍ଵାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ବି ଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.