ଅଷ୍ଟ୍ରେଲିଆଠୁ ହାରି ତଳକୁ ଖସିଲା ଭାରତ, ଆଇସିସି ଟେଷ୍ଟ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଦ.ଆଫ୍ରିକା

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୦୭/୦୧: ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ହୋଇଛି ପାଞ୍ଚ ଟିକିଆ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି । ସିରିଜରେ ଟିମ୍ ଇଣ୍ଡିଆକୁ ୧-୩ରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ତେବେ ଏହି ପରାଜୟ ବଳରେ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି। 

୨୦୧୯-୨୧ ଏବଂ ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳର ୧୦୯ ରେଟିଂ ପଏଣ୍ଟ ରହିଛି । ୨୦୨୩ ଡବ୍ଲୁଟିସି ବିଜେତା ଅଷ୍ଟ୍ରେଲିଆ ୧୨୬ ରେଟିଂ ପଏଣ୍ଟ ସହ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ରହିଛି । ତେବେ ଦକ୍ଷିଣ ଆଫ୍ରିକା ଭାରତକୁ ପଛରେ ପକାଇ ରେସ୍‌ରେ ଦ୍ୱିତୀୟ ସ୍ଥାନକୁ ଉଠିଛି । ଯିଏକି ଘରୋଇ ମାଟିରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନକୁ ହରାଇ ଦେଇଛି। ୧୧୨ ରେଟିଂ ପଏଣ୍ଟ ସହିତ ଆଫ୍ରିକା WTC ୨୦୨୩-୨୫ ପଏଣ୍ଟ ଟେବୁଲରେ ଦ୍ୱିତୀୟରେ ଅଛି ।  

ବିଶ୍ୱର ତୃତୀୟ ମାନ୍ୟତାପ୍ରାପ୍ତ ଟେଷ୍ଟ ଦଳ ଭାବେ ଦକ୍ଷିଣ ଆଫ୍ରିକା ପାକିସ୍ତାନ ବିପକ୍ଷରେ ସିରିଜ୍ ଆରମ୍ଭ କରିଥିଲା । କିନ୍ତୁ ଦୁଇଟି ମ୍ୟାଚ୍‌ରେ ଦୁଇଟି ବିଜୟ ସହ ଟେମ୍ବା ବାଭୁମାଙ୍କ ଦଳ ଭାରତକୁ ପଛରେ ପକାଇ ଦେଇଛି। ତିନିଟି ସିଜନରେ ପ୍ରଥମ ଥର ପାଇଁ WTC ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଭାରତୀୟ ଦଳ ବିଫଳ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.