ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ଅଭିଯୋଗର ସାମ୍ନା କରୁଥିବା ବ୍ରିଜଭୂଷଣ ଶରଣ ସିଂଙ୍କୁ ଦିଲ୍ଲୀ ପୋଲିସଠୁ ବଡ଼ ଆଶ୍ଵସ୍ତି ମିଳିବାର ସମ୍ଭାବନା ରହିଛି। ପୋଲିସ ସୂତ୍ର ଅନୁଯାୟୀ, ବ୍ରିଜଭୂଷଣ ସିଂଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ଏଥିପାଇଁ ତାଙ୍କୁ ଗିରଫ କରାଯାଇ ନାହିଁ। ଏପରିକି ଦିଲ୍ଲୀ ପୋଲିସ ମାମଲାରେ ଖୁବ୍ ଶୀଘ୍ର କ୍ଲୋଜର ରିପୋର୍ଟ ଦାଖଲ କରିପାରେ। ଏହା ମଧ୍ୟରେ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ କୁସ୍ତିଯୋଦ୍ଧାଙ୍କୁ ତାତ୍ସଲ୍ୟ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ବ୍ରିଜଭୂଷଣ କହିଛନ୍ତି, ଏହି ଲୋକେ ଗଙ୍ଗାକୁ ପଦକ ଭସାଇବାକୁ ଯାଇଥିଲେ। ଗଙ୍ଗାରେ ପଦକ ଭସାଇ ଦେଲେ ତ ମୋତେ ଫାଶି ମିଳିବ ନାହିଁ।
ବିଜେପି ସାଂସଦ କହିଛନ୍ତି, ରଘୁକୁଳ ରୀତ ସଦା ଚଲି ଆଇ, ପ୍ରାଣ ଜାହିଁ ପର ବଚନ ନ ଯାଇ। ଗୋଟିଏ ବି ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୋଇଯାଏ ତେବେ ବ୍ରିଜଭୂଷଣ ଶରଣ ସିଂ ନିଜକୁ ଫାଶୀରେ ଝୁଲାଇ ଦେବ। କାହାରିକୁ କହିବାକୁ ଆବଶ୍ୟକ ପଡ଼ିବ ନାହିଁ। ମୁଁ ଆଜି ମଧ୍ୟ ମୋର ଏହି ବଚନରେ ଅଟଳ। ୪ ମାସ ହୋଇଗଲା ମୋତେ ସେମାନେ ଫାଶୀ ଦେବାକୁ ଚାହୁଁଛନ୍ତି। ସରକାର ମୋତେ ଫାଶୀ ଦେଉନଥିବାରୁ ଏମାନେ ପଦକ ଧରି ଗଙ୍ଗାରେ ଭସାଇବାକୁ ଚାଲିଗଲେ। ମୋ ଉପରେ ଅଭିଯୋଗ ଲଗାଇଥିବା ଲୋକେ ଗଙ୍ଗାରେ ପଦକ ଭସାଇ ଦେଲେ କଣ ବ୍ରିଜଭୂଷଭ ଶରଣ ସିଂକୁ ଫାଶୀ ମିଳିଯିବ। ସେ କହିଛନ୍ତି ଯଦି ଆପଣଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ଅଦାଲତରେ ଯାଇ ଦିଅନ୍ତୁ। ଦୋଷୀ ସାବ୍ୟସ୍ତ ହୋଇଗଲେ ମୁଁ ଫାଶୀରେ ଝୁଲି ଯିବି।
କୁସ୍ତି ସଂଘର ଅଧ୍ୟକ୍ଷନ କ୍ରୀଡ଼ା ପାଇଁ ନିଜର ଯୋଗଦାନକୁ ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି ଦିନ ଥିଲା ଭାରତ କୁସ୍ତିରେ ୧୫ କିମ୍ବା ୨୦ତମ ସ୍ଥାନରେ ରହୁଥିଲା। ମାତ୍ର ଆଜି ଦୁନିଆର ଶୀର୍ଷ ଟପ୍-୫ରେ ସାମିଲ୍। ବୋଧହୁଏ ଭଗବାନ ମୋ ଦ୍ଵାରା କୌଣସି ବଡ଼ କାମ କରାଇବାକୁ ଚାହାନ୍ତି। ଏଥିପାଇଁ ସନ୍ଥମାନେ ମୋତେ ଜୁନ ୫ରେ ଆଶୀର୍ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୋ ବିରୋଧରେ ଯାହା ସବୁ ଘଟୁଛି ତାହା ସବୁ ଇମୋସନାଲ ଡ୍ରାମା। କେସରଗଞ୍ଜ ଆସନରୁ ବିଜେପିର ସାଂସଦ କହିଛନ୍ତି କାହା ସହିତ ମୋର ଶତ୍ରୁତା ନାହିଁ। ଯଦି ଅଭିଯୋଗ ଆଣୁଛନ୍ତି ତେବେ କେବେ, କାହା ସହ, କେଉଁଠି ଏବଂ କଣ ଘଟିଛି ଜଣାନ୍ତୁ।
wp:heading {"level":4}