ମୁମ୍ବାଇ ୧୩।୭: ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଫୋନ ଆସିଛି। ଊର୍ଦୁ ଭାଷାରେ ସୀମା ହାଇଦରକୁ ପାକିସ୍ତାନ ନ ପଠାଇଲେ ଭାରତର ସତ୍ୟାନାସ ହେବ ବୋଲି କଲର କହିଛି। କଲର ଧମକ ଦେଇ କହିଛି ଯେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ପ୍ରସ୍ତୁତ ରହିବ, ଏଥି ଲାଗି ଉତ୍ତରପ୍ରଦେଶ ସରକାର ଦାୟୀ ହେବେ। ମିଳୁଥିବା ସୂଚନା ଅନୁସାରେ ଏହି କଲ ୧୨ ଜୁଲାଇ ବୁଧବାର ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିଲା। ଏହି ଘଟଣାର ପରବର୍ତ୍ତି ଯାଞ୍ଚ କରାଯାଉଛି।
ଭାରତ ଆସିଥିବା ସୀମା CM ଯୋଗୀଙ୍କୁ କଲେ ଗୁହାର, କହିଲେ-ମୋତେ ପ୍ଲିଜ୍ ସଚିନ୍ଙ୍କ ସହ ରହିବାକୁ ଦିଅ…
ସୀମା ହାଇଦର ପାକିସ୍ତାନର ସିନ୍ଧି ପ୍ରୋଭିନ୍ସ ଅନ୍ତର୍ଗତ ଜୈସ୍ମାବାଦର ବାସିନ୍ଦା। କାଗଜପତ୍ର ଅନୁସାରେ ତାଙ୍କର ବିବାହ ଗୁଲାମ ରଜାଙ୍କ ସହିତ ୨୦୧୪ରେ ହୋଇଥିଲା ଓ ତାଙ୍କର ୪ଟି ପିଲା ଅଛନ୍ତି। ୨୦୧୯ରେ ଗୁଲାମ କାମ କରିବାକୁ ସାଉଦୀ ଆରବ ଚାଲିଯାଇଥିଲା। ସେହିଠାରୁ ସୀମାକୁ ପଇସା ପଠାଉଥିଲା। ସୀମାଙ୍କ କହିବା ଅନୁସାରେ ୨୦୧୯ ରେ ଯିବା ପରଠାରୁ ଗୁଲାମ କେବେ ଘରକୁ ଫେରି ନାହିଁ। ଇତିମଧ୍ୟରେ ୨୦୨୦ ମସିହାରେ ସୀମା ପିୟୁବିଜି ଗେମ୍ ମାଧ୍ୟମରେ ଗ୍ରେଟର ନୋଏଡା ଜେବର ଗ୍ରାମର ସଚ୍ଚିନଙ୍କ ସହିତ ବନ୍ଧୁତା ହୋଇଥିଲା।
{"id":816625,"sizeSlug":"full","linkDestination":"none"}ଗତ ମାର୍ଚ୍ଚ ୧୦ ତାରିଖରେ ସେ ନେପାଳ ଆସିଥିଲା। ସୀମା କହିବା ଅନୁସାର ସେମାନେ ନେପାଳର ଏକ ମନ୍ଦିରରେ ବିବାହ କରିଛନ୍ତି। ବିବାହ କରିବା ପରେ ସେ ପାକିସ୍ତାନ ଫେରିଯାଇଥିଲେ। ତେବେ ସଚ୍ଚିନ ସହିତ ରହିବାକୁ ଚାହୁଁଥିଲା ସୀମା। ଏଥି ପାଇଁ ସେ ମେ ୧୦ ତାରିଖ ଦିନ ତାଙ୍କର ୪ ପିଲାଙ୍କୁ ଧରି କରାଚୀରୁ ସାରଜା ଯାତ୍ରା କରିଥିଲେ। ସେଠାରୁ ପୁଣି ବିମାନ ଧରି କାଠମାଣ୍ଡୁ ପହଞ୍ଚିଥିଲେ। କାଠମାଣ୍ଡୁରୁ ଏକ ପ୍ରାଇଭେଟ ଗାଡ଼ିରେ ପୋଖରା ପହଞ୍ଚିଥିଲେ।
ଚେନ୍ନାଇ-ବେଙ୍ଗାଲୁରୁ ଡବଲଡେକର ଏକ୍ସପ୍ରେସ୍ରେ ଧୂଆଁ, ଯାତ୍ରୀ ଆତଙ୍କିତ
ପୋଖରାରୁ ସେ ଦିଲ୍ଲୀକୁ ବସ୍ ଧରିଥିଲେ। ରାସ୍ତାରେ ନୋଏଡାରେ ସଚ୍ଚିନ ତାଙ୍କୁ ଅପେକ୍ଷା କରିଥିଲା। ମେ ୧୩ ତାରିଖ ଦିନ ସୀମା ନୋଏଡା ପହଞ୍ଚିଥିଲେ। ସେଠାରୁ ସଚ୍ଚିନ ତାଙ୍କୁ ରବୁପୁରାରେ ନେଇଥିବା ଭଡ଼ାଘରେ ରଖିଥିଲା। ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବାରୁ ସଚ୍ଚିନ ଓ ସୀମାକୁ ଜୁଲାଇ ୪ ତାରିଖ ଦିନ ଗିରଫ କରାଯାଇଥିଲା। ତେବେ ଦୁଇ ଜଣ ଏବେ କୋର୍ଟରୁ ଜାମିନରେ ଆସିଛନ୍ତି। କରାଚୀ ପୋଲିସ ଥାନାରେ ମାମାଲ ରୁଜୁ ହେବା ପରେ ଭାରତୀୟ ଗଣମାଧ୍ୟମରେ ସୀମା ଓ ତାଙ୍କ ପିଲାମାନଙ୍କ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। ସେତେବେଳେ ସୀମାଙ୍କ ସ୍ୱାମୀ ଗୁଲାମ ସାଉଦୀ ଆରବରୁ ସୋସିଆଲ ମିଡିଆରେ ଏକ ନିବେଦନ ଜାରି କରିଥିଲା। ଏହାର ଜବାବରେ ସୀମା ତାଙ୍କ ସ୍ୱାମୀ ଓଭର ଆକ୍ଟିଂ କରୁଥିବା କହିଥିଲେ।