ନୂଆଦିଲ୍ଲୀ: ମହାକାଶ ଗବେଷଣା ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁର ଥିବା ମାଟିର ଉତ୍ତାପ ମାପିଲା ଚନ୍ଦ୍ରଯାନ-୩। ଏନେଇ ଇସ୍ରୋ ପକ୍ଷରୁ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି। ଚାଷ୍ଟେ(cha STE) ପେଲୋଡ୍ ସାହାଯ୍ୟରେ ଭୂମିର ଉତ୍ତପା ମପାଯାଇଥିଲା। ଚନ୍ଦ୍ରପୃଷ୍ଠରୁ ୧୦ ସେଣ୍ଟିମିଟର ଭିତରେ ଭୂମିର ତାପମାତ୍ରାରେ ଫରକ ରହିଥିଲା ବୋଲି ଇସ୍ରୋ ଏକ୍ସରେ ପୋଷ୍ଟରେ ଶେୟାର କରିଛି।
ଏନେଇ ଇସ୍ରୋ ପକ୍ଷରୁ ଏକ ଗ୍ରାଫ ଶେୟାର କରାଯାଇଥିଲା। ଗ୍ରାଫରେ ଥିବା ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଦେଖାଯାଇଥିଲା।
ଇସ୍ରୋ ଲେଖିଛି “ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣପାର୍ଶ୍ୱର ମାଟିର ତାପମାତ୍ରା ପ୍ରୋଫାଇଲ୍ କରାଯାଉଛି। କାରଣ ପ୍ରଥମ ଥର ପାଇଁ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣମେରୁରେ ସୁରକ୍ଷିତ ଅବତରଣ କରିଛି।”
{"width":838,"height":471}ପଢ଼ନ୍ତୁ-ଜହ୍ନ ମାମୁଁଙ୍କ ପରେ ଏବେ ସୂର୍ଯ୍ୟଙ୍କ ପାଳି, ୬ ଦିନ ପରେ ମହାକାଶ ଯାତ୍ରା କରିବ ଆଦିତ୍ୟ L-1
ଇସ୍ରୋ କହିଛି “ChaSTE ପେଲୋଡ୍ ଚନ୍ଦ୍ର ପୃଷ୍ଠର ଧର୍ମାଲ ବିହେବିୟରକୁ ଜାଣିବା ପାଇଁ ପୋଲ ଚାରିପାଖରେ ଚନ୍ଦ୍ର ଉପରଭାଗର ମାଟିର ତାପମାତ୍ରା ମାପିଛି। ଏଥିରେ ତାପମାତ୍ରା ମାପିବାର ଯନ୍ତ୍ର ଖଞ୍ଜାଯାଇଛି। ଯାହା ଭୂପୃଷ୍ଠରୁ ୧୦ ସେମି ଗଭୀରତାରେ ପହଞ୍ଚିବାରେ ସକ୍ଷମ।”
ISRO କହିଛି ଯେ ତାପମାତ୍ରା ମାପିବାକୁ ଏଥିରେ ୧୦ ଟି ଅଲଗା ଅଲଗା ସେନ୍ସର ରହିଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି। ଚନ୍ଦ୍ରର ଦକ୍ଷିଣ ପୋଲ ପାଇଁ ଏହା ହେଉଛି ପ୍ରଥମ ତାପ ମାପନ। ପରବର୍ତ୍ତୀ ଅନୁସନ୍ଧାନ ଜାରି ରହିଛି।
wp:embed {"url":"https://twitter.com/isro/status/1695725102166671448?s=20","type":"rich","providerNameSlug":"twitter","responsive":true} /wp:embedଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ ହୋଇଥିଲା ବେଳେ ଅଗଷ୍ଟ ୨୩ ତାରିଖରେ ଏହା ଲ୍ୟାଣ୍ଡିଂ କରିଥିଲା। ଲ୍ୟାଣ୍ଡିଂ କରିବା ପରେ ଚନ୍ଦ୍ରଯାନ-୩ ମିସନର ମୁଖ୍ୟ ୩ଟି ଉଦ୍ଦେଶ୍ୟରୁ ଏପର୍ଯ୍ୟନ୍ତ ୨ଟି ହାସଲ କରିଛି। ତେବେ ତୃତୀୟ ଉଦ୍ଦେଶ୍ୟରେ ବୈଜ୍ଞାନିକ ଗବେଷଣା ଜାରି ରହିଛି। ଇସ୍ରୋର ସୂଚନା ଅନୁସାରେ, ଚନ୍ଦ୍ରଯାନ-୩ ମିସନର ସମସ୍ତ ପେଲୋଡ ସ୍ୱଭାବିକ ଭାବେ କାମ କରୁଛନ୍ତି। ଇସ୍ରୋର କହିବା ଅନୁସାରେ ଚନ୍ଦ୍ରଯାନ-୩ର ପ୍ରଥମ ଉଦ୍ଦେଶ୍ୟ ସଫଳ ଅବତରଣ ସଫଳ ହେଲା। ସେହିପରି ଦ୍ୱିତୀୟ ଉଦ୍ଦେଶ୍ୟ ଚନ୍ଦ୍ରପୃଷ୍ଠରେ ରୋଭରର ଚଳପ୍ରଚଳ ଏହା ବି ସଫଳ ହୋଇଛି।
ଏବେ ତୃତୀୟ ଉଦ୍ଦେଶ୍ୟ ହେଉଛି ବୈଜ୍ଞାନିକ ଗବେଷଣା ଯାହା ଏବେ ଆରମ୍ଭ ହୋଇଛି। ତୃତୀୟ ଉଦ୍ଦେଶ୍ୟ ପୂରଣ ନିମନ୍ତେ ବୈଜ୍ଞାନିକ ପ୍ରୟୋଗ ଜାରି ରହିଥିବା ବେଳେ ଚନ୍ଦ୍ର ପୃଷ୍ଠର ତାପମାତ୍ରା ଜଣାପଡିଛି। ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରର ସମସ୍ତ ପେ ଲୋଡ ସ୍ୱଭାବିକ କାମ କରୁଛନ୍ତି।
wp:heading {"level":1}