ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା, ଖାଇକୁ ଖସିପଡ଼ିଲା ବସ୍, ୨୭ ମୃତ, ୧୭ ଆହତ

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ: ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ୮୦ଫୁଟ୍ ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ । ଏଥିରେ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମେକ୍ସିକୋର ଦକ୍ଷିଣ ପ୍ରାନ୍ତ ଓକ୍ସାକାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏନେଇ ଓକ୍ସାକା ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।    

wp:html /wp:html

ମେକ୍ସିକୋ ମିଡିଆ ରିପୋର୍ଟ ମୁତାବକ, ବୁଧବାର ମେକ୍ସିକୋ ସହରରୁ ୟୋସୋଂଡୁଆ ଆଭିମୁଖେ ଯାଉଥିଲା ଯାତ୍ରୀବାଦୀ ବସ୍ । ତେବେ ମୈଣ୍ଡେଲେନା ସହର ନିକଟରେ ଭୋର ପ୍ରାୟ ସାଢେ ୬ଟା ସମୟରେ ୮୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିଥିଲା । ଖବର ମିଳିବା ପରେ ଟଲାକ୍ସିୟାକୋ ସିବିଲ୍ ପ୍ରୋଟେକ୍ସନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ୧୭ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ୍ ୨୭ଜଣଙ୍କ ମୃତକଙ୍କ ମଧ୍ୟରୁ ୧୩ଜଣ ମହିଳା ରହିଥିବା ବେଳେ ୧୩ ପୁରୁଷ ରହିଛନ୍ତି । ଆହତଙ୍କୁ ଯଥା ସମ୍ଭବ ସହଯୋଗ କରିବାକୁ ଓକ୍ସାକା ଜିଲ୍ଲାପାଳ ବିଭିନ୍ନ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":813166,"width":735,"height":436,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.