ମୁମ୍ଵାଇ ୦୩।୦୨; ମୁମ୍ବାଇ ବିମାନବନ୍ଦରରେ ଅଘଟଣ । ଏକ ଦ୍ରୁତଗାମୀ ମର୍ସିଡିଜ୍ କାର ଧକ୍କା ଦେବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ଅଛନ୍ତି। ସୂଚନା ଅନୁଯାୟୀ, ସୋମବାର ଅର୍ଥାତ୍ ସକାଳେ ଏକ ଘରୋଇ କମ୍ପାନୀର ମର୍ସିଡିଜ୍ କାରର ଡ୍ରାଇଭର ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ନିୟନ୍ତ୍ରଣ ହରାଇ ୩ ନମ୍ବର ଗେଟ୍ ସହିତ ଧକ୍କା ଦେବା ଫଳରେ ଏହି ଘଟଣା ଘଟିଛି।
ନାନାବତୀ ହସ୍ପିଟାଲରେ ଭର୍ତ୍ତି
ଏହି ଘଟଣାରେ ଦୁଇ ଜଣ ବିଦେଶୀ ନାଗରିକ ଏବଂ ତିନି ଜଣ ବିମାନବନ୍ଦର କର୍ମଚାରୀ ଆହତ ହୋଇଛନ୍ତି। ବିଦେଶୀ ନାଗରିକମାନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିମାନବନ୍ଦର କର୍ମଚାରୀଙ୍କ ସହିତ ଜଡିତ ଜଣେ ବ୍ୟକ୍ତି କହିଛନ୍ତି ଯେ ଗାଡ଼ିଟି ହଠାତ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଯାହାକି ସେମାନେ ଜାଣିପାରି ନଥିଲେ। ଏହି ଘଟଣାରେ ତାଙ୍କର ଜଣେ ସାଥୀଙ୍କ ଗୋଡ ଭାଙ୍ଗିଯାଇଛି।
ଅଭିଯୁକ୍ତ ଡ୍ରାଇଭର ଗିରଫ
ମୁମ୍ବାଇର ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ବିମାନବନ୍ଦର କର୍ମଚାରୀଙ୍କ ସହିତ ଜଡିତ ଲୋକଙ୍କ ବୟାନ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସର କହିବା ଅନୁଯାୟୀ, ମର୍ସିଡିଜ୍ର ଡ୍ରାଇଭର ଯାତ୍ରୀମାନଙ୍କୁ ଗେଟ୍ ନମ୍ବର ୧ରେ ଓହ୍ଲାଇ ଦେଇଥିଲେ। ଯାତ୍ରୀମାନଙ୍କୁ ଛାଡ଼ି ଦେଇ ଫେରୁଥିବା ବେଳେ ସେ ନିୟନ୍ତ୍ରଣ ହରାଇଲେ ଏବଂ ତାଙ୍କ କାର ଗେଟ୍ ନମ୍ଵର ୦୩ ଧକ୍କା ହୋଇଥିଲା। ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି।