ବଜେଟ୍ ପରେ ଆଣ୍ଠେଇଲା ସେୟାର ବଜାର; ସେନସେକ୍ସ ୭୦୦ ପଏଣ୍ଟ ହ୍ରାସ

Published By : Prameya-News7 Bureau | February 03, 2025 IST

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟ୍ରେଡ୍ ଓ୍ବାର ସାମ୍ନାରେ ଫିକା ପଡ଼ିଲା ଭାରତର ଟ୍ୟାକ୍ସ ଫ୍ରି’ । ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା ପରେ ବି ସେୟାର ବଜାରରେ ଝଡ଼ । ସୋମବାର ପୁଞ୍ଜି ବଜାର ଖୋଲିବା ମାତ୍ରେ ତଳମୁହାଁ ହୋଇଥିଲା ସେନସେକ୍ସ । ବିଏସଇ ସେନସେକ୍ସ ୭୦୦ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇଛି । ସେହିପରି ନିଫ୍‌ଟି ୨୦୦ ଅଙ୍କରୁ ଅଧିକ ଖସିଛି । ଆମେରିକାର ଓ କାନାଡା ମଧ୍ୟରେ ଟାରିଫ୍ ଯୁଦ୍ଧ ପରେ ଭାରତୀୟ ସେୟାର ବଜାର ନିମ୍ନଗାମୀ ହୋଇଛି ।  

୩୦ ସେୟାର ବିଶିଷ୍ଟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, ୟୁନିୟନ ବଜେଟ୍ ଘୋଷଣା ଦିନ ସେନସେକ୍ସ ୭୭,୫୦୫.୯୬ରେ ବନ୍ଦ ହୋଇଥିଲା । ସୋମବାର ସକାଳୁ ପୁଞ୍ଜି ବଜାର ଖୋଲିବା ମାତ୍ରେ ତୁରନ୍ତ ହ୍ରାସ ପାଇ ୭୭,୦୬୩.୯୪ ଅଙ୍କକୁ ଖସି ଆସିଥିଲା । ଏହା କିଛି ମିନିଟ୍ ଭିତରେ ସେନସେକ୍ସ ୭୦୦ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇ ୭୬,୭୭୪.୦୫ ସ୍ତରରେ ପହଞ୍ଚିଥିଲା । ସେହିପରି ସେନସେକ୍ସ ତୁଳନାରେ ନିଫ୍ଟି ଅଧିକ ହ୍ରାସ ପାଇଛି । ଏନଏସଇ ନିଫ୍ଟି ଶନିବାର ୨୩, ୪୮୨ରେ ବନ୍ଦ ହୋଇଥିଲା । ସୋମବାର ବଜାର ଖୋଲିବା ମାତ୍ରେ ୨୩, ୩୧୯ ଅଙ୍କକୁ ଖସିଥିଲା । ଚାହୁଁ ଚାହୁଁ ନିଫ୍ଟି ୨୨୦ ପଏଣ୍ଟ ହ୍ରାସ ପାଇଥିଲା । 

ଆମେରିକାର ଟ୍ରେଡ୍ ଓ୍ବାର ଭାରତୀୟ ପୁଞ୍ଜି ବଜାର ହ୍ରାସ ପାଇବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ୍‌ ଦେଇଚାଲିଛନ୍ତି । ପ୍ରଥମେ ଅବୈଧ ପ୍ରବାସୀଙ୍କୁ ଆମେରିକାରୁ ବାହାର କରିବା ପାଇଁ ବ୍ୟବସ୍ଥା କରିଥିଲା । ଏବେ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ଆରମ୍ଭ କରିଛନ୍ତି । କାନାଡ଼ା, ମେକ୍ସିକୋ ଓ ଚୀନ୍‌କୁ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିରୁ ଭାରତ ବର୍ତ୍ତିଯାଇଥିଲେ ମଧ୍ୟ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.