ହର୍ଷିତଙ୍କ ଉପରେ ରାଗିଗଲେ କ୍ୟାପଟେନ୍ ରୋହିତ, କହିଲେ ଏମିତି...

Published By : Prameya-News7 Bureau | February 10, 2025 IST

ନୂଆଦିଲ୍ଲୀ ୧୦/୦୨: ଭାରତ-ଇଂଲଣ୍ଡ ମଧ୍ୟରେ ରବିବାର ଖେଳାଯାଇଥିଲା ଦ୍ୱିତୀୟ ଦିନିକିଆ । କଟକ ବାରବାଟୀରେ ଖେଳାଯାଇଥିଲା ମ୍ୟାଚ୍ । ମ୍ୟାଚ୍‌ର ୩୧.୫ତମ ଓଭରରେ ଏଭଳି ଏକ ଘଟଣା ଘଟିଥିଲା, ଯାହାକୁ ନେଇ ହର୍ଷିତ ରାଣା ପଡ଼ିଆ ଭିତରେ ଅଧିନାୟକ ରୋହିତଙ୍କ ଠାରୁ ଗାଳି ଶୁଣିଥିଲେ । ୩୨ତମ ଓଭରରେ ହର୍ଷିତ ବେଶ୍‌ ଶୃଙ୍ଖଳିତ ବୋଲିଂ ଜାରି ରଖିଥିଲେ । 

ପ୍ରଥମ ୪ଟି ବଲ୍‌ରେ କୌଣସି ରନ୍‌ ବାହାରି ନଥିଲା । ହେଲେ ପଞ୍ଚମ ବଲ୍‌ରେ ରାଣା ଏକ ବଡ଼ ତ୍ରୁଟି କରିଥିଲେ । ବ୍ୟାଟିଂ କରୁଥିବା ହ୍ୟାରୀ ବ୍ରୁକ୍‌ ରାଣାଙ୍କ ଏହି ବଲ୍‌କୁ ଡିଫେନ୍ସ କରିଥିଲେ । ବଲଟି ସିଧା ତାଙ୍କ ହାତକୁ ଯାଇଥିଲା । ମାତ୍ର ସେ ନିଜ ଭାବନାକୁ ନିୟନ୍ତ୍ରଣରେ ରଖିପାରି ନଥିଲେ । 

ବଲ୍‌ଟି ଧରିବା ମାତ୍ରେ ସେ ସିଧା ୱିକେଟ୍‌କୁ ଲକ୍ଷ୍ୟ କରି ଥ୍ରୋ କରିଥିଲେ । ବ୍ରୁକ୍‌ କ୍ରିଜ୍‌ ଛାଡ଼ି ନଥିଲେ । ବଲ ୱିକେଟ୍‌ରେ ବାଜି ନଥିଲା । ୱିକେଟ୍‌ କିପର କେ ଏଲ ରାହୁଲ ମଧ୍ୟ ଚେଷ୍ଟା କରି ବଲ୍‌ ଧରିପାରି ନଥିଲେ । ବଲ୍‌ ସିଧା ଫାଇନ ଲେଗ ବାଉଣ୍ଡାରୀ ଅତିକ୍ରମ କରିଥିଲା ଓ ଓଭର ଥ୍ରୋ ଭାବେ ଇଂଲଣ୍ଡକୁ ୪ରନ୍‌ ମିଳିଥିଲା । 

ରାଣାଙ୍କ ବେପରବାୟ ଥ୍ରୋ’ରେ ବିରକ୍ତ ହୋଇ ରୋହିତ କହିଥିଲେ, ଦିମାଗ ହୈ ୟା ନେହିଁ ତେରେ ପାସ୍‌.. (ତୁମ ପାଖରେ ବୁଦ୍ଧି ଅଛି କି ନାହିଁ...) । ସୂଚନାଥାଉକି, ରୋହିତ ସର୍ବଦା ବଡ଼ ଭାଇ ଭଳି ସାଥୀ ଖେଳାଳିଙ୍କୁ ଗ୍ରାଉଣ୍ଡରେ ଗାଳି କରନ୍ତି । ହେଲେ ମ୍ୟାଚ୍‌ ପରେ ସେ ପ୍ରଥମେ ଆଲିଙ୍ଗନ କରି ବୁଝାଇଥା’ନ୍ତି । ଏହି ଗୁଣ ପାଇଁ ସବୁ ଜୁନିୟର ଖେଳାଳି ତାଙ୍କୁ ପସନ୍ଦ କରନ୍ତି ।

also read...

ବାରବାଟୀରେ ଫେରିଲା ହିଟ୍‌ ମ୍ୟାନ୍‌ଙ୍କ ଫର୍ମ ! ୧୬ ମାସ ପରେ ଦିନିକିଆରେ ଶତକ ମାରିଲେ ରୋହିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.