ଭାରତ-ଚୀନ୍ ସୀମାରେ ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ; ହଟିଲା ୫ ସୈନ୍ୟ ଟେଣ୍ଟ, ଭାଙ୍ଗିଲା ଅସ୍ଥାୟୀ କ୍ୟାମ୍ପ

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଶାନ୍ତି ବୁଝାମଣା ସହମତି ପରେ ସୀମାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ପୂର୍ବ ଲଦାଖର ବିବାଦୀୟ ଏଲଏସି ନିକଟରୁ ଉଭୟ ଦେଶର ଉଭୟ ଦେଶର ୫ ସୈନ୍ୟ ଟେଣ୍ଟ ହଟିଛି । ଏହା ସହିତ ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଭଙ୍ଗା ଯାଇଛି । ବର୍ତ୍ତମାନ ସମୟରେ ବିବାଦୀୟ ଅଞ୍ଚଳରୁ ସେନା ଅପସାରଣ ଜାରି ରହିଥିବା ଜଣାପଡ଼ିଛି । 

ଭାରକ-ଚୀନ ମଧ୍ୟରେ ବିବାଦୀୟ ସୀମାକୁ ନେଇ ଗତ ୪ ବର୍ଷ ହେଲା ଉତ୍ତେଜନା ଲାଗି ରହିଛି। ଏହି ବିବାଦ ଧୀରେ ଧୀରେ ଶେଷ ହେଉଛି । ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଦ୍ବିପକ୍ଷୀକ ଆଲୋଚନା ହୋଇଥିଲା । ଏହା ପରେ ପୂର୍ବ ଲଦାଖର ବିବାଦୀୟ ସୀମାରୁ ଦୁଇ ଦେଶର ସୈନ୍ୟ ଅପସାରଣ ପ୍ରକ୍ରିୟା ଜାରି ରହିଛି । ଡିପସାଙ୍ଗ ଏବଂ ଡେମଚକରେ ସ୍ଥାନୀୟ କମ୍ପାଣ୍ଡର ସେନା ଅପସାରଣ ଏବଂ ସେନା ଟେଣ୍ଟ ହଟାଇବା କାର୍ଯ୍ୟ ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଞ୍ଚ ସୈନ୍ୟ ଟେଣ୍ଟ ଏବଂ ଅସ୍ଥାୟୀ କ୍ୟାମ୍ପ ଭଙ୍ଗା ଯାଇଛଥିବା ସୂଚନା ରହିଛି । 

ଗୁରୁବାର ରାତିରେ  ପ୍ରାୟ ଅଧା ଟେଣ୍ଟ ହଟିଥିଲା । ଆଜି ମଧ୍ୟ ସୈନ୍ୟ ଅପସାରଣ ପ୍ରକ୍ରିୟା ଜାରି ରହିଛି । ଉଭୟ ଦେଶର ସମସ୍ତ ସୈନ୍ୟ ଟେଣ୍ଟ ଏବଂ ଅସ୍ଥାୟୀ କ୍ୟାମ୍ପ ହଟିବା ପରେ ଦୁଇ ଦେଶ ମଧ୍ୟରେ ସଂଯୁକ୍ତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏହି ଯାଞ୍ଚ ସ୍ଥଳଭାଗ ଏବଂ ଆକାଶମାର୍ଗରୁ ହେବ । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବିଶ୍ବାସ ଆଧାରରେ ଅପରେସନ ଆଗକୁ ବଢ଼ୁଛି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.