ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଦୁଇ ସ୍ଥାନ ଖସିଲା ଭାରତ, ଏବେ ବି ଶୀର୍ଷ-୧୦ ରହିଛି

Published By : Prameya-News7 Bureau | November 20, 2024 IST

ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ବି ଜଳବାୟୁ ପରିବର୍ତ୍ତନର ମୁକାବିଲା ଉଦ୍ୟମରେ ୬୩ ଦେଶଙ୍କ ସୂଚୀରେ ଶୀର୍ଷ-୧୦ ମଧ୍ୟରେ ରହିଛି । ତେବେ ପୂର୍ବ ବର୍ଷ ତୁଳନାରେ ଭାରତ ଦୁଇ ସ୍ଥାନ ତଳକୁ ଖସି ୧୦ ସ୍ଥାନରେ ରହିଛି । ପ୍ରତି ବ୍ୟକ୍ତି ନିର୍ଗମନ (ପ୍ରତି ବ୍ୟକ୍ତି ଦ୍ୱାରା କରାଯାଉଥିବା ପ୍ରଦୂଷଣ) ହ୍ରାସ ଏହାର ଏକ କାରଣ । ଅନ୍ୟପଟେ ନବୀକରଣ ଉର୍ଜା କ୍ଷେତ୍ରରେ ଭାରତ ଦ୍ରୁତ ପ୍ରଗତି କରିଛି । ବୁଧବାର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

କ୍ଲାଇମେଟ୍ ଚେଞ୍ଜ ପରଫରମାନ୍ସ ଇଣ୍ଡେକ୍ସ (ସିସିପିଆଇ ୨୦୨୫)ରେ ଏହି ସୂଚନା ଦିଆଯାଇଛି । ଏହାକୁ ଜର୍ମାନୱାଚ୍, ନ୍ୟୁ କ୍ଲାଇମେଟ୍ ଇନଷ୍ଟିଚ୍ୟୁଟ୍ ଏବଂ କ୍ଲାଇମେଟ୍ ଆକ୍ସନ ନେଟୱାର୍କ ଇଣ୍ଟରନ୍ୟାସନାଲ ପରି ସଂଗଠନ ଏହି ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟରେ ଦୁନିଆର ସେହି ସବୁ ଦେଶଙ୍କ ବିଷୟରେ ସୂଚନା ଦିଆଯାଇଛି, ଯେଉଁମାନେ ସବୁଠୁ ଅଧିକ ପ୍ରଦୂଷଣ କରୁଛନ୍ତି ।  

ଏହି ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାରେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଦେଶଗୁଡ଼ିକ ନବୀକରଣ ଉର୍ଜା ( ସୌର ଏବଂ ପବନ ଉର୍ଜା)ର କେତେ ପ୍ରୟୋଗ କରୁଛନ୍ତି ଏବଂ ସେମାନଙ୍କ ଜଳବାୟୁ ନୀତି କେତେ ପ୍ରଭାବୀ ତାହା କୁହାଯାଇଛି । ସିସିପିଆଇରେ ୬୩ ଦେଶ ଏବଂ ୟୁରୋପୀୟ ସଂଘର ମୂଲ୍ୟାଙ୍କନ କରାଯାଏ, ଯାହା ଦୁନିଆର ମୋଟ ନିର୍ଗମନର ୯୦ ପ୍ରତିଶତ ପାଇଁ ଦାୟୀ । ଚଳିତ ବର୍ଷ ରିପୋର୍ଟରେ ଭାରତ ସୂଚୀର ୧୦ମ ସ୍ଥାନରେ ରହିଛି, ଯାହା ଏବେ ବି ଭଲ ପ୍ରଦର୍ଶନ କରୁଥିବା ଦେଶରେ ସାମିଲ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.