ସ୍ୱାଧୀନତା ପରଠାରୁ ଭାରତରେ ନିବେଶ ହୋଇଛି ଏତିକି ଟଙ୍କା: ଗତ ଦଶନ୍ଧୀରେ ଅର୍ଦ୍ଧାଧିକ

Published By : Prameya-News7 Bureau | November 24, 2024 IST

internet

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ପାଇବା ପର ଠାରୁ ଦେଶର ଆର୍ଥିକ ପରିଦୃଶ୍ୟ ଅନେକ ବଦଳିଛି। ପାଖାପାଖି ୧୪ ଟ୍ରିଲିଅନ ଡଲାରର ନିବେଶ କରିଛି ଦେଶ। ବିଶେଷ କରି ଗତ ଦଶନ୍ଧୀରେ ମୋଟ ନିବେଶର ଅର୍ଦ୍ଧାଧିକ ନିବେଶ ହୋଇଛି। ଫାଇନାନ୍ସିଆଲ କମ୍ପାନୀ ମୋତିଲାଲ ଓଶୱାଲ୍ ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁସାରେ, ଦେଶର ଦ୍ରୁତ ଅଭିବୃଦ୍ଧିର ବିସ୍ତାର ଓ ଆଧୁନିକୀକରଣ ପାଇଁ ଗତ ଦଶନ୍ଧୀରେ ଅର୍ଥନୀତିରେ ୮ ଟ୍ରିଲିଅନ ଡଲାର ନିବେଶ ହୋଇଛି।   

ରିପୋର୍ଟରେ କୁହାଯାଇଛି ଯେ ୨୦୧୧ ରୁ ଅଟକି ରହିଥିବା ପୁଞ୍ଜି ବିନିଯୋଗ ଓ ଜିଡିପି ଅନୁପାତ ବର୍ତ୍ତମାନ ସୁଧୁରୁଛି। କୋଭିଡ ପରିବର୍ତ୍ତି ଆର୍ଥିକ ନୀତି, ବିନିର୍ମାଣ ଓ ବିକାଶରେ ଦିଗରେ ସରକାର ଖର୍ଚ୍ଚ ବଢ଼ାଇଥିବାରୁ ଏହି ସ୍ଥିତି ସୁଧୁରିଛି। ବଢ଼ୁଥିବା ବାର୍ଷିକ ଅଭିବୃଦ୍ଧି ଦେଶର କ୍ରମାଗତ ଅର୍ଥନୈତିକ ଅଭିବୃଦ୍ଧି ସହ ବିଶ୍ୱ ସ୍ତରରେ ହେଉଥିବା ପ୍ରତିନ୍ଦ୍ୱୀତାକୁ ଦର୍ଶାଉଛି।  

ରିପୋର୍ଟରେ ଭାରତୀୟ ଷ୍ଟକ୍‌ ମାର୍କେଟ୍‌ର ମଜଭୁତ ସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗତ ୩୩ ବର୍ଷର ରେକର୍ଡ ଦେଖିଲେ, ଘଟଣା ଦୁର୍ଘଟଣାକୁ ଛାଡ଼ିଦେଲେ ୨୬ରେ ଷ୍ଟକ୍‌ ମାର୍କେଟ୍‌ ଭଲ ରିଟର୍ଣ୍ଣ ଦେଇଛି। ତେବେ ପ୍ରତି ବର୍ଷ  ୧୦-୨୦ ପ୍ରତିଶତ ସ୍ୱଳ୍ପ ସମୟ ପାଇଁ ହ୍ରାସ ଦେଖିବାକୁ ମିଳିଥାଏ ବୋଲି ପରିଲଖିତ ହୋଇଛି। ତଥାପି ଦୀର୍ଘକାଳୀନ ଅଭିବୃଦ୍ଧି ଜାରି ରହିଛି ବୋଲି ମୋତି ଲାଲ ଓଶୱାଲ ରିପୋର୍ଟରେ ଦର୍ଶାଇଛି।

ସେହିପରି ମାର୍କେଟ୍ ଡାଉନ ସମୟରେ ନିବେଶକମାନେ ଭୟ କରି ଶେୟାର ବିକ୍ରି କରିବା ଏକ ଚିନ୍ତାଜନକ ବିଷୟ। ଦୀର୍ଘକାଳୀନ ନିବେଶ ହିଁ ବଜାରର ଲାଭ ଦେବ ବୋଲି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.