ବେଙ୍ଗାଲୁରୁ ୨୨।୧୧: ସରକାରୀ ଯାଞ୍ଚ ଓ ବଢୁଥିବା କ୍ଷତି ପାଇଁ ବିବାଦରେ ଫଶିଥିବା ଓଲା ଇଲେକ୍ଟ୍ରିକ୍ କମ୍ପାନୀ ପୁନର୍ଗଠନ ଉଦ୍ୟମରେ ଅନୁନ୍ୟ ୫୦୦ କର୍ମଚାରୀଙ୍କୁ ଛଟେଇ କରିପାରେ। ରିପୋର୍ଟ ଅନୁସାରେ ଭବିଶ ଅଗ୍ରୱାଲାଙ୍କ ଇଲେକ୍ଚ୍ରିକ ବାହନ (ଇଭି) କମ୍ପାନୀ କର୍ମଚାରୀ ସଂଖ୍ୟା ହ୍ରାସ କରି ଲାଭ ବୃଦ୍ଧି କରିବା ସହିତ ନିଜର ପିରଚାଳନା ଦକ୍ଷତା ବୃଦ୍ଧି ନିମନ୍ତେ ଉଦ୍ୟମ କରୁଛି। ରିପୋର୍ଟରେ କୁହାଯାଇଛି କମ୍ପାନୀର ପୁନର୍ଗଠନ କାର୍ଯ୍ୟକ୍ରମରେ କେତେକ ବିଭାଗର କର୍ମଚାରୀ ପ୍ରଭାବିତ ହୋଇ ପାରନ୍ତି।
ସୁତ୍ର ଅନୁସାରେ ଆଇଏନସି-ଫୋର୍ଟି ଟୁ ରିପୋର୍ଟରେ କମ୍ପାନୀର ଉଦ୍ଦେଶ୍ୟ ଲାଭ ବଢେଇବା ପାଇଁ ମାର୍ଜିନରେ ସୁଧାର ନିମନ୍ତେ ଖର୍ଚ୍ଚ କାଟ କରିବ। ତେବେ କର୍ମଚାରୀଙ୍କ ଛଟେଇ ନେଇ କୌଣସି ନିର୍ଦ୍ଧିଷ୍ଟ ସମୟ ଅବଧି ନାହିଁ। ଓଲା ଇଲେକ୍ଟ୍ରିକ ପକ୍ଷରୁ କର୍ମଚାରୀ ଛଟେଇ ନେଇ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ କି ଏ ନେଇ କୌଣସି ଟିପ୍ପଣୀ କରାଯାଇ ନାହିଁ। ଜାରି ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଜୁଲାଇ-ସେପ୍ଟେମ୍ବର ଅବଧିରେ ଓଲା ଇଲେକ୍ଟ୍ରିକ ୪୩ ପ୍ରତିଶତ ବୃଦ୍ଧି ସହିତ ୪୯୫ କୋଟି ଟଙ୍କାର ନିଟ୍ ଘାଟା କରିଛି, ଯାହା ପୂର୍ବ ତ୍ରୈମାସିକରେ ୩୪୭ କୋଟି ଟଙ୍କା ଥିଲା।
ତେବେ କମ୍ପାନୀର ନିଟ୍ ଲସ୍ ଗତବର୍ଷ ତୁଳନାରେ କମ୍ ରହିଛି। ଅଗ୍ରୱାଲ ପୋଷ୍ଟ କ୍ୱାର୍ଟର୍ଲି ୟର୍ଣ୍ଣିଂ କଲରେ କହିଥିଲେ ଯେ କମ୍ପାନୀ ପରିଚାଳନା ବ୍ୟୟରେ ତ୍ରୈମାସିକ ଆଧାରରେ ହ୍ରସ ହୋଇଛି। ଏଣୁ କମ୍ପାନୀ ଏବେ କଷ୍ଟ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଅଗ୍ରୱାଲ କହିଛନ୍ତି ଯେପରି ଆମର ଡିଷ୍ଟ୍ରୁବୁଟର ବଢିବଢି ଯିବେ ରାଜସ୍ୱ ସେହି ଅନୁସାରେ ବଢିବା ଆରମ୍ଭ କରିବ। ତେବେ ପରିଚାଳନା ବ୍ୟୟ ଆଗାମୀ ତ୍ରୈମାସିକ ମାନଙ୍କରେ ସ୍ଥିର ରହିବ ଅଥବା ହ୍ରାସ ହେବ। ସେପଟେ ଓଲା ଇଲେକ୍ଟ୍ରିକ୍ ସେୟାରରେ ହ୍ରାସ ଜାରି ରହିଛି। ମାତ୍ର କିଛି ମାସରେ କମ୍ପାନୀରେ ନିବେଶକଙ୍କ ୩୮ ହଜାର କୋଟି ଟଙ୍କାର ଅଧିକ ପଇସା ବୁଡି ଯାଇଛି।