ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଧନୀ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସର୍ବାଧିକ ଧନୀ ବ୍ୟକ୍ତି ଥିବା ଦେଶଙ୍କ ତାଲିକାରେ ଭାରତ ୪ ନମ୍ବର ସ୍ଥାନରେ ରହିଛି। ଭାରତ ଆଗରେ ଅଛନ୍ତି ଆମେରିକା, ଚୀନ ଓ ଜାପାନ। ସମ୍ପତ୍ତି ପରାମର୍ଶଦାତା ଫାର୍ମ ନାଇଟ୍ ଫ୍ରାଙ୍କର ସଦ୍ୟତମ ଗ୍ଲୋବାଲ୍ ୱେଲ୍ଥ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ନାଇଟ୍ ଫ୍ରାଙ୍କର ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତରେ ୮୫,୬୯୮ ଜଣ ବ୍ୟକ୍ତିଗତ ଧନୀ ବା ହାଇ ନେଟ୍-ୱର୍ଥ ଇଣ୍ଡିଭିଜୁଆଲ୍ସ(HNWIs) ଅଛନ୍ତି।
ହାଇନେଟ୍ ୱର୍ଥ ଇଣ୍ଡିଭିଜୁଆଲ୍ସର ଅର୍ଥ ଅଛି ଯେଉଁମାନଙ୍କ ପାଖରେ ୧ ନିୟୁତର ଡଲାର ନିବେଶ ଯୋଗ୍ୟ ସମ୍ପତ୍ତି ଥିବ। ୨୦୨୪ରେ ଏହି ଶ୍ରେଣୀର ଧନୀଙ୍କ ସଂଖ୍ୟା ୪.୪ ପ୍ରତିଶତ ବୃଦ୍ଧି ୨.୩ ନିୟୁତ ହୋଇଛି ବୋଲି ସଦ୍ୟତମ ୱେଲ୍ଥ ରିପୋର୍ଟରୁ ଜଣାପଡ଼ିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୧୦୦ ମିଲିଅନ ଡଲରାର ସମ୍ପତ୍ତି ଥିବା ଅଲ୍ଟ୍ରା ହାଇ ନେଟ୍ୱର୍ଥ ଇଣ୍ଡିଭିଜୁଆଲ୍ସ(UHNWIs)ଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ୧ ଲକ୍ଷ ପାର୍ କରିଛି। ଯାହା ସାରା ବିଶ୍ୱରେ ସମ୍ପତ୍ତି ବୃଦ୍ଧିର ଏକ ବ୍ୟାପକ ଧାରାକୁ ପ୍ରତିଫଳିତ କରୁଛି।
ପଢନ୍ତୁ- ଆଇଆଇଏମ୍ ଲକ୍ଷ୍ନୌ ଛାତ୍ରଛାତ୍ରୀଙ୍କ କମାଲ: ଦରମା ୭୫ ଲକ୍ଷ, ମିଳିଲା ୬୦୦ରୁ ବି ଅଧିକ ଚାକିରି
ତେବେ ବିଶ୍ୱର ପ୍ରାଥମିକ ସମ୍ପତ୍ତି ସୃଷ୍ଟିକାରୀ ବା ପ୍ରାଇମେରି ୱେଲ୍ଥ କ୍ରିଏଟର ଭାବରେ ଆମେରିକାର ପ୍ରାଧାନ୍ୟ ବିସ୍ତାର କରି ଚାଲିଛି। ବିଶ୍ୱର ପ୍ରାୟ ୪୦% ହାଇ ନେଟ୍ୱର୍ଥ ଇଣ୍ଡିଭିଜୁଆଲ୍ସ ଆମେରିକାରେ ରହୁଛନ୍ତି। ସେହିପରି ଚୀନ ପାଖରେ ବିଶ୍ୱର ୨୦% ଧନୀ ଥିବା ବେଳେ ଜାପାନ ପାଖରେ ମାତ୍ର ୫% ହାଇ ନେଟ୍ୱର୍ଥ ଇଣ୍ଡିଭିଜୁଆଲ୍ସ ଅଛନ୍ତି।
ଆମେରିକା ଓ ଚୀନର ଏହି ପ୍ରାଧାନ୍ୟ ସତ୍ତ୍ୱେ, ଭାରତରେ ଉଚ୍ଚ ନେଟୱର୍ଥ ବ୍ୟକ୍ତି ସଂଖ୍ୟାବୃଦ୍ଧି ଘଟିଛି। ଦେଶର ଆର୍ଥିକ ଗତିଶୀଳତା ଏବଂ ରିକ୍ସ ଟେକିଂ ଆବିଲିଟି ବିଶେଷକରି ଉଦୀୟମାନ ବଜାରଗୁଡ଼ିକରେ ବୃଦ୍ଧି ଯୋଗୁ ଭାରତରେ ଉଚ୍ଚ ନେଟ୍ୱର୍ଥ ଲୋକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପାଉଛି।
ବ୍ରିଟିସ ଫାଇନାନ୍ସିଆଲ୍ କମ୍ପାନୀ HSBCର ବିଶ୍ୱ ଅର୍ଥନୀତିଜ୍ଞ ଜେମ୍ସ ପୋମେରୟ ଏହି ସମ୍ପତ୍ତି ବୃଦ୍ଧିର ଅଧିକାଂଶ କାରଣ କମ ସୁଧ ହାର ଏବଂ ଇକ୍ୱିଟି ଭଳି ରିକ୍ସ ସମ୍ପତ୍ତି ଉପରେ ଆକର୍ଷଣୀୟ ରିଟର୍ଣ୍ଣକୁ ଦାୟୀ କରିଛନ୍ତି।
୨୦୨୪ ରେ, ଆମେରିକା ଏହାର ଉଚ୍ଚ ନେଟ୍ୱର୍ଥ ବ୍ୟକ୍ତିଙ୍କ ଜନସଂଖ୍ୟାରେ ୫.୨% ବୃଦ୍ଧି ସହିତ ବିଶ୍ୱର ଶୀର୍ଷରେ ରହିଥିଲା। ଏହାପରେ ଏସିଆ ଆମେରିକା ନିକଟତର ହୋଇ ୫% ହାରରେ ଅଭିବୃଦ୍ଧି ହାସଲ କରିଥିଲା। ଅନ୍ୟପଟେ ଆଫ୍ରିକାରେ ହାଇ ନେଟୱର୍ଥ ଇଣ୍ଡିଭିଜ୍ୟୁଆଲଙ୍କ ସଂଖ୍ୟାରେ ୪.୭% ବୃଦ୍ଧି ହୋଇଛି। ସେହିପରି ଅଷ୍ଟ୍ରେଲିଆ ଅଞ୍ଚଳର ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ ଜନସଂଖ୍ୟା ୩.୯% ବୃଦ୍ଧି ପାଇଛି।
ତେବେ ଭାତରେ ଧନୀ ସଂଖ୍ୟା ବୃଦ୍ଧି ହେବାର ଶ୍ରେୟ ଦେଶର ଉଲ୍ଲେଖନୀୟ ଅଗ୍ରଗତି ଏହାର ସମୃଦ୍ଧ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଦିଆଯାଇଛି। ବ୍ୟାପକ ସ୍ମାର୍ଟଫୋନ୍ ଆକ୍ସେସ ଏବଂ ଉଦ୍ୟୋଗ ସଂସ୍କୃତିର ବୃଦ୍ଧି ଦ୍ୱାରା ଏହା ସମ୍ଭବ ହୋଇଛି। ଏନେଇ ପୋମୋରେୟ କହିଛନ୍ତି ଯେ ଏହି ଦେଶଗୁଡ଼ିକରେ ସୃଷ୍ଟି ହୋଇଥିବା ଷ୍ଟାର୍ଟ-ଅପ୍ ସଂସ୍କୃତି ଭାରତ ଏବଂ ଫିଲିପାଇନ୍ସ ଅଭିବୃଦ୍ଧି କାହାଣୀର ଏକ ବଡ଼ ଅଂଶ ହୋଇଛି। ନୂଆ କରି ଧନୀ ହୋଇଥିବା ଉଦ୍ୟୋଗୀମାନେ ପରମୂହୁର୍ତ୍ତରେ ଧନୀ ହୋଇପାରିବେ। ଏମାନେ ଉଚ୍ଚ-ପ୍ରଯୁକ୍ତି ଉଦ୍ୟୋଗର ଏକ ନୂତନ ଯୁଗ ଆଣିପାରିବେ ବୋଲି ସେ କହିଛନ୍ତି। ଯାହା ଏସିଆ ଅର୍ଥନୀତିରେ ପରିବର୍ତ୍ତନ ଆଣିପାରିବ।
ବଢୁଛି ଆରବପତିଙ୍କ ସଂଖ୍ୟା
ଭାରତରେ ସମ୍ପତ୍ତି ବୃଦ୍ଧିର କାରଣ ହେଉଛି ଏଠାରେ ଦ୍ରୁତ ଗତିରେ ଆରବପତିଙ୍କ ସଂଖ୍ୟା ବଢ଼ୁଛି। କେବଳ ଗତ ବର୍ଷ ଭାରତରେ ଆରବପତିଙ୍କ ସଂଖ୍ୟାରେ ୧୨% ବୃଦ୍ଧି ଘଟିଛି। ଫଳରେ ଦେଶରେ ମୋଟ ଆରବପତିଙ୍କ ସଂଖ୍ୟା ୧୯୧କୁ ବୃଦ୍ଧି ପାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଏହି କୋଟିପତିଙ୍କ ମଧ୍ୟରୁ ୨୬ ଜଣ ଗତ ବର୍ଷ ହିଁ ଯୋଡ଼ି ହୋଇଥିଲେ। ୨୦୧୯ରେ ମାତ୍ର ୭ ଜଣ ନୂଆ ଆରବପତି ସୃଷ୍ଟି ହୋଇଥିଲେ। ଆରବପତି ଓ ଧନି ବ୍ୟକ୍ତିଙ୍କ ଦ୍ରୁତ ଅଭିବୃଦ୍ଧି ଭାରତକୁ ଏକ ବୃଦ୍ଧି ପାଉଥିବା ସମ୍ପତ୍ତି କେନ୍ଦ୍ର ଭାବରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସାହାଯ୍ୟ କରିଛି। ଅନ୍ୟପଟେ ଉଦୀୟମାନ ଅର୍ଥନୀତି ଯତା ଫ୍ରାନ୍ସ, ବ୍ରାଜିଲ ଏବଂ ରୁଷ ଭଳି ଦେଶଗୁଡ଼ିକରେ ମଧ୍ୟ ଆରବପତି ଓ କୋଟିପତିଙ୍କ ସଂଖ୍ୟା ବଢ଼ିଛି।
ପାରମ୍ପରିକ ଢାଞ୍ଚାରୁ ବାହାରି ବିଶ୍ୱରେ କୋଟିପତିଙ୍କ ଦୃଶ୍ୟପଟରେ ଅଧିକ ବିବିଧ ଦେଖିବାକୁ ମିଳିଛି। ଏହି ପରିବର୍ତ୍ତନ ଏକ ବ୍ୟାପକ ଧାରା ସୂଚାଉଛି, ଯେଉଁଠାରେ ସମ୍ପତ୍ତି ସୃଷ୍ଟି ଆଉ କେବଳ ଆମେରିକା ଏବଂ ୟୁରୋପ ପର୍ଯ୍ୟନ୍ତ ସୀମିତ ନାହିଁ। ବିଶ୍ୱ ସମ୍ପତ୍ତିର ଭବିଷ୍ୟତ ଗଠନରେ ଏସିଆ ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ବୃହତ ଭୂମିକା ନିର୍ବାହ କରୁଛନ୍ତି।
ପଢନ୍ତୁ- ବଢ଼ୁନି ଦରମା, ବେତନକୁ ନେଇ ହତାଶ ୪୭ ପ୍ରତିଶତ କର୍ମଚାରୀ: ରିପୋର୍ଟରୁ ଖୁଲାସା
ଭାରତୀୟ ହାଇ ନେଟ୍-ୱର୍ଥ ଇଣ୍ଡିଭିଜୁଆଲ୍ସ(HNWI) ଙ୍କ ସଂଖ୍ୟା ବୃଦ୍ଧି ପାଇବା ମୁଖ୍ୟତଃ ଦେଶରେ ବଢ଼ିଥିବା ଉଦ୍ୟୋଗୀ ମନୋଭାବ ଯୋଗୁ ହୋଇଛି।ଡିଜିଟାଲ୍ ଉପକରଣ ସମର୍ଥିତ ଟେକ୍ନୋଲୋଜି-ଚାଳିତ ବ୍ୟବସାୟର ବୃଦ୍ଧି, ନବସୃଜନ ଏବଂ ସମ୍ପତ୍ତି ସୃଷ୍ଟି ପାଇଁ ଏକ ପରିପକ୍ୱ ପରିବେଶ ସୃଷ୍ଟି କରିଛି। ଭାରତର ଦ୍ରୁତ ଗତିରେ ବଢ଼ୁଥିବା ଉଦ୍ୟୋଗୀ ବର୍ଗ ଏହି ନୂଆ ସମ୍ପତ୍ତି ସୃଷ୍ଟି ମଡେଲର ଏକ ପ୍ରମୁଖ ଅଂଶ।
ଏନେଇ ପୋମେରୟ କହିଛନ୍ତି “ଭାରତର ବର୍ଦ୍ଧିତ ଷ୍ଟାର୍ଟଅପ୍ କଲଚର ଦେଶର ସମ୍ପତ୍ତି ବୃଦ୍ଧିରେ ଏକ ପ୍ରମୁଖ ଦିଗ। କାରଣ ଅଧିକରୁ ଅଧିକ ଉଦ୍ୟୋଗୀମାନେ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛନ୍ତି। ଏହି ନୂଆ ପ୍ରଜାତିର ଉଚ୍ଚ-ପ୍ରଯୁକ୍ତି ଉଦ୍ୟୋଗୀମାନେ ଏସିଆର ଅର୍ଥନୈତିକ ଧ୍ୟାନକୁ ପାରମ୍ପରିକ ଉତ୍ପାଦନରୁ ଅତ୍ୟାଧୁନିକ ଉଦ୍ୟୋଗକୁ ସ୍ଥାନାନ୍ତରିତ କରିବାରେ ସାହାଯ୍ୟ କରୁଛନ୍ତି।”