DRDOକୁ ବଡ଼ ସଫଳତା, ପ୍ରଥମ ଥର ଲ୍ୟାଣ୍ଡ୍ ଆଟାକ୍ କ୍ରୁଜ୍ ମିସାଇଲ୍‌ର ସଫଳ ପରୀକ୍ଷଣ

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମଙ୍ଗଳବାର ଏକ ବଡ଼ ସଫଳତା ହାସଲ କରିଛି । ଦେଶ ପ୍ରଥମ ଥର ପାଇଁ ମୋବାଇଲ୍ ଆର୍ଟିକୁଲେଟେଡ୍ ଲଞ୍ଚରରୁ ଲଙ୍ଗ୍ ରେଞ୍ଜ ଆଟାକ୍ କ୍ରୁଜ୍ ମିସାଇଲ୍ (LRLACM)ର ସଫଳ ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରରୁ କରାଯାଇଛି । କ୍ରୁଜ ମିସାଇଲ ପରୀକ୍ଷଣ ସମୟରେ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ ପ୍ରଦର୍ଶନ କରିଛି ଏବଂ ମିସାଇଲ୍ ନିଜ ଲକ୍ଷ୍ୟକୁ ଭେଦ କରିଛି । LRLACMକୁ ଦୀର୍ଘ ଦୂରରେ ଭୂମିରେ ଥିବା ଲକ୍ଷ୍ୟକୁ ଭେଦ କରିବା କ୍ଷମତା ସହ ଡିଜାଇନ୍ କରାଯାଇଛି ।

ମିସାଇଲ୍ ପରୀକ୍ଷଣକୁ ରଡାର, ଇଲେକ୍ଟ୍ରୋ-ଆପ୍ଟିକଲ ଟ୍ରାକିଂ ସିଷ୍ଟମ ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ମତୟନ ଥିବା ଟେଲିମେଟ୍ରି ପରି ଅନେକ ରେଞ୍ଜ ସେନସର ଦ୍ୱାରା ନରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ଶକ୍ତିକୁ ବଢାଇବା ପାଇଁ ଡଜାଇନ କରାଯାଇଥିବା ସ୍ୱଦେଶୀ ମିସାଇଲ ପ୍ରଣାଳୀର ବିକାଶ ପାଇଁ ଏକ ମାଇଲ୍ ଖୁଣ୍ଟ ।  

ସୂତ୍ର ଅନୁସାରେ ଆଣ୍ଟି ଶିପ୍ ବାଲିଷ୍ଟିକ୍ କ୍ରୁଜ ମିସାଇଲର ରେଞ୍ଜ ୧୦୦୦ କିଲୋମିଟର । ଅର୍ଥାତ୍ ଏହି ମିସାଇଲ୍ ୧୦୦୦ କିଲୋମିଟରରୁ ଅଧିକ ଦୂରରେ ଚାଲୁଥିବା ଯୁଦ୍ଧପୋତ ଏବଂ ବିମାନ ବାହାକକୁ ନଷ୍ଟ କରିବାରେ ସକ୍ଷମ ।  ଏହି ମିସାଇଲ୍ ଭାରତ ମହାସାଗରୁ ଆରବ ସାଗର ଯାଏ ଏବଂ ଚୀନରୁ ପାକିସ୍ତାନ ଯାଏ ଟାର୍ଗେଟ୍ କରିପାରିବ । ଏହି ମିସାଇଲକୁ ଯୋଦ୍ଧପୋତ ଏବଂ ଉପକୂଳ ଉଭୟ ସ୍ଥାନରୁ ପ୍ରକ୍ଷେପଣ କରାଯାଇ ପାରିବ । ସୂତ୍ର ଅନୁସାରେ ଏହି ମିସାଇଲ୍ ସିଷ୍ଟମକୁ ଭାରତୀୟ ନୌସେନା ପାଇଁ ବିକଶିତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏକ୍ସରେ ପୋଷ୍ଟ କରି ସଫଳତା ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.