ନୂଆଦିଲ୍ଲୀ ୨୯।୧୨: ସୂର୍ଯ୍ୟଙ୍କ ଗତିବିଦ୍ଧି ୨୦୨୪ରେ ଖୁବ୍ ଅଧିକ ଥିଲା। ଏଣୁ ବିଶ୍ୱରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯାଇଥିବା ବେଳେ ଅରୋରା ଲାଇଟସ୍ର ମଧ୍ୟ ଅନୁଭବ ହୋଇଥିଲା। ହେଲେ ୨୦୨୫ ବର୍ଷଟି ସେପରି ନୁହେଁ, ଏବର୍ଷ ପୂର୍ଣ୍ଣ ସୂର୍ଯ୍ୟପରାଗ ନଥିବା ବେଳେ ଆଂଶିକ ପରାଗ ଭାରତରେ ବି ଦୃଶ୍ୟମାନ ହେବନି। ସ୍ପେସ୍ ଡଟକମ୍ ରିପୋର୍ଟ ଅନୁସାରେ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଆଂଶିକ ସୂର୍ଯ୍ୟପରାଗ ହେବ। ତେବେ ତାହା ଉତ୍ତରଆମେରିକା, ନ୍ୟୁଜିଲ୍ୟାଣ୍ଡ ଓ ୟୁରୋପର କିଛି ଅଞ୍ଚଳକୁ ଦେଖାଯିବ।
ତେବେ ୨୦୨୫ରେ ଅରୋରା ଲାଇଟସ୍ ଗତିବିଦ୍ଧି ନ ହୋଇ ପାରେ। ଏହା ସତ୍ତ୍ୱେ ଏହି ବର୍ଷ ସୌର ଗତିବିଦ୍ଧି ଚରମରେ ରହିବ। ଏହାର ପ୍ରଭାବ ପୃଥିବୀରେ ମଧ୍ୟ ଦେଖିବାକୁ ମିଳିବ। ସୌର ଚକ୍ର ୨୫ ବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିବ। ଏହି ଚକ୍ର ଯେପରି ଆଗକୁ ଆଗକୁ ବଢିବ ସୂର୍ଯ୍ୟଙ୍କ କିରଣ, କରୋନେଲ ମାସ ଇଜେକ୍ସନ(ସିଏମଇ) ଓ ଭୂ-ଚୁମ୍ବକୀୟ ଝଡ଼ ସମେତ ସୌର ଘଟଣାମାନଙ୍କରେ ବୃଦ୍ଧି ହେବ।
ଚକ୍ରର ଅଧିକତମ ଅବଧିରେ ସୂର୍ଯ୍ୟ
ରିପୋର୍ଟ ଅନୁସାରେ ସୂର୍ଯ୍ୟଙ୍କ ବଢି ରହିଥିବା ଗତିବିଦ୍ଧି ପୂର୍ବରୁ ନାଟକୀୟ ଘଟଣା ସବୁ ଘଟାଇଥିଲା, ଯାହାର ପ୍ରଭାବ ଆଗାମୀ ବର୍ଷ ଅନୁଭୂତ ହେବ। ରାଷ୍ଟ୍ରୀୟ ମହାସାଗରୀୟ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଙ୍କ ତଥ୍ୟ ଅନୁସାରେ ସୂର୍ଯ୍ୟ ଏବେ ତାଙ୍କର ୧୧ ବର୍ଷୀୟ ଚକ୍ରର ଅଧିକତମ ଅବଧିରେ ଅଛନ୍ତି। ଏଣୁ ପୃଥିବୀରେ ସିଏମଇ ଅଧିକ ଦେଖାଯିବ।
୨୦୨୫ରେ ଅନୁମାନିକ ଘଟଣା ଓ ପ୍ରଭାବ
ରିପୋର୍ଟ ଅନୁସାରେ ଯଦିଓ ସୌର ଚକ୍ର ୨୫ର ଶିଖରରେ ପୂର୍ବରୁ ପହଞ୍ଚି ସାରିଛି ଏହା ସତ୍ତ୍ୱେ ସୌର ଅଧିକତମ ଗତିବିଦ୍ଧି ଜାରି ରହିବ ବୋଲି ଆକଳନ କରାଯାଉଛି। ୨୦୨୪ରେ ଦେଖାଯାଇଥିବା ବଡ଼ ଧରଣର ଭୂ-ଚୁମ୍ବକୀୟ ଝଡ଼ ଉପଗ୍ରହ ଆଧାରିତ ସେବା ଓ ବିଦ୍ୟୁତ ଗ୍ରିଡ଼କୁ ବାଧିତ କରିପାରେ। ମେ ୨୦୨୪ରେ ହୋଇଥିବା ଭୂ-ଚୁମ୍ବକୀୟ ଝଡ଼ ନେଭିଗେସନ ପ୍ରଣାଳୀକୁ ବାଧିତ କରିଥିଲା। ଏଣୁ କୃଷିରେ ବ୍ୟାପକ କ୍ଷତି ହୋଇଥିଲା। ଆଗାମୀ ବର୍ଷରେ ଏହିଭଳି ଘଟଣା ଟେକ୍ନୋଲଜି ଉପରେ ନିର୍ଭର ଉଦ୍ୟୋଗଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ।