୧୨ ବର୍ଷ ବୟସରେ ସମ୍ଭାଳିଥିଲେ ସିଂହାସନ, ୨୫ ବର୍ଷରେ ୨୦,୦୦୦ କୋଟି ସମ୍ପତ୍ତିର ମାଲିକ

Published By : Prameya-News7 Bureau | July 30, 2023 IST

ନୂଆଦିଲ୍ଲୀ:  ସେ ଷ୍ଟାଇଲିଷ୍ଟ୍, ଗୁଡ୍ ଲୁକିଂ, ଚାର୍ମିଂ । କିନ୍ତୁ ସେ କେଉଁ ସେଲିବ୍ରିଟି ନୁହଁନ୍ତି ସେ ଜଣେ ରାଜା। ଯିଏକି ୧୨ ବର୍ଷ ବୟସରେ ସମ୍ଭାଳିଥିଲେ ସିଂହାସନ ଆଉ ୨୫ ବର୍ଷରେ ୨୦ ହଜାର କୋଟି ସମ୍ପତ୍ତିର ମାଲିକ।  ପୂର୍ବରୁ ଥିଲା ରାଜାରାଜୁଡ଼ା ଶାସନ। ଅନେକ ରାଜାଙ୍କ ବଂଶଧର ଆଜି ବି ଅଛନ୍ତି। ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ଏବେ ବି କରୁଛନ୍ତି ଉପଭୋଗ। ସେମିତି ଜଣେ ମହାରାଜା ପଦ୍ମନାଭ ସିଂ। ସେହି ରାଜ ପରିବାର ଦ୍ୱାରା ନିର୍ମିତ ରାଜ ପ୍ରାସାଦ ଓ ଦୁର୍ଗ ବଖାଣିଥାଏ ରାଜକୀୟ ମହାନତା ଏବଂ ବୀରତ୍ୱର କାହାଣୀ।

{"id":824110,"width":845,"height":633,"sizeSlug":"full","linkDestination":"none"}

୨ ଜୁଲାଇ୧୯୯୮ରେ ଜନ୍ମଗ୍ରହଣ କରିଥିବା ମହାରାଜା ସାୱାଇ ପଦ୍ମନାଭ ସିଂ । ୨୦୧୧ରେ ତାଙ୍କ ଜେଜେବାପା ସାୱାଇ ମନ ସିଂଜୀ ବାହାଦୂରଙ୍କ ମୃତ୍ୟୁ ପରେ ପଦ୍ମନାଭ ୧୨ ବର୍ଷ ବୟସରେ ଅନୌପଚାରିକ ଭାବରେ ରାଜ  ମୁକୁଟ ପିନ୍ଧିଥିଲେ। ପଦ୍ମନାଭ ସିଂ ଜୟପୁରର ରାଜ ପରିବାରର ୩୦୩ ତମ ବଂଶଧର। ପଦ୍ମନାଭ ସିଂଙ୍କୁ ଏବେ ୨୫ ବର୍ଷ ବୟସ ହୋଇପାରେ, କିନ୍ତୁ ସେ ୨୦ ହଜାର କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ।

{"id":824113,"width":839,"height":565,"sizeSlug":"full","linkDestination":"none"}

ଭାରତୀୟ ରାଜନେତା ଦିୟା କୁମାରୀ ଏବଂ ତାଙ୍କ ସ୍ୱାମୀ ନରେନ୍ଦ୍ର ସିଂଙ୍କ ଜନ୍ମ ହୋଇଥିବା ଯୁବକ ପଦ୍ମନାଭ ଜନ୍ମ ଦିନରୁ ହିଁ ଚର୍ଚ୍ଚାରେ।  ଜୟପୁରର ଶେଷ ରାଜା ମହାରାଜ ଭବାନୀ ସିଂ ତାଙ୍କ ମାମୁଁ ଥିଲେ। ପଦ୍ମନାଭ ସିଂ ଅଜମେରର ପ୍ରସିଦ୍ଧ ମାୟୋ କଲେଜରେ ଏବଂ ଇଂଲଣ୍ଡର ପ୍ରସିଦ୍ଧ ସରକାରୀ ବିଦ୍ୟାଳୟ ମିଲଫିଲ୍ଡରେ ଅଧ୍ୟୟନ କରିଥିଲେ। ପଦ୍ମନାଭ ସିଂଙ୍କ ରାଜ ପରିବାର ଜୟପୁରର ସିଟି ପ୍ୟାଲେସରେ ରୁହନ୍ତି । ମହାରାଜା ପଦ୍ମନାଭ ସିଂଙ୍କର ଅନେକ ଗୁଣର ଅଧିକାରୀ।  ଜଣେ ମଡେଲ୍ ହେବା ସହ  ସେ ଜଣେ ପୋଲୋ ଖେଳାଳୀ ଏବଂ ଭ୍ରମଣକାରୀ ମଧ୍ୟ । ସେ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି। ତାଙ୍କୁ ଏବେ ଭାରତର ସର୍ବକନିଷ୍ଠ ବିଲିୟନେୟାର ରାଜା କୁହାଯାଉଛି। ସେ ତାଙ୍କ ଜୀବନଶୈଳୀ ପାଇଁ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ।

wp:html /wp:html

Also Read- ଦାରିଦ୍ର୍ୟତାରୁ ହୋମିଓପାଥିର ପାଠପଢ଼ା, କ୍ଲିନିକ୍ ବନ୍ଦ୍ କରି କିଣିଲେ ୫୦ ହଜାରରେ ପ୍ଲଟ୍ ; ସାଜିଲେ ରିଅଲ୍ ଇ-ଷ୍ଟେଟର ବାଦଶାହ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.