UAE ମରୁଭୂମିରେ ଗର୍ଜିବ ଜାଗୁଆର୍ ଓ ମିଗ୍ -୨୯; ସମରାଭ୍ୟାସରେ ପରାକ୍ରମ ଦେଖାଇବ ବାୟୁସେନା

Published By : Prameya-News7 Bureau | April 20, 2025 IST

ନୂଆଦିଲ୍ଲୀ: ୟୁଏଇରେ ଗର୍ଜିବ ଭାରତୀୟ ଯୁଦ୍ଧବିମାନ । ଦମ୍ ଦେଖାଇବେ ଜାଗୁଆର୍ ଓ ମିଗ୍ -୨୯ । ଧଫରା ଏୟାରବେସ୍‌ରେ ବିଶ୍ବର ଶକ୍ତିଶାଳୀ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିବେ । ଏହି ସମରାଭ୍ୟାସରେ ଏଥର ସାମିଲ୍ ହୋଇଛି ଭାରତୀୟ ବାୟୁସେନା । ଏହି ଯୁଦ୍ଧଭ୍ୟାସକୁ ଡେଜାର୍ଟ ଫ୍ଲାଗ୍-୧୦ ନାଁ ଦିଆଯାଇଛି । ଏଥିରେ ଇଣ୍ଡିଆନ୍ ଏୟାରଫୋର୍ସର ଦୁଇଟି ଘାତକ ଏୟାରକ୍ରାଫ୍ଟ ଜାଗୁଆର୍ ଓ ମିଗ୍ -୨୯କୁ ସାମିଲ୍ ହୋଇଛି । ଏପ୍ରିଲ ୮ ତାରିଖରୁ ମେ’ ପର୍ଯ୍ୟନ୍ତ ଚାଲୁଥିବା ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନା ନିଜର ପରାକ୍ରମ ଦେଖାଇବ । 

ଏହି ହାଇ-ପ୍ରୋଫାଇଲ୍ ଯୁଦ୍ଧାଭ୍ୟାସରେ ଭାରତ ସହିତ ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ, ସାଉଦୀ ଆରବ, ତୁର୍କେୟ, କତର, କୋରିଆ ଏବଂ ଆୟୋଜିତ କରୁଥିବା ଦେଶ ୟୁଏଇର ବାୟୁସେନା ସାମିଲ୍ ହୋଇଛି ।  ଡେଜାର୍ଟ ଫ୍ଲାଗ୍-୧୦ରେ ସାମିଲ୍ ହୋଇଥିବା ସମସ୍ତ ଦେଶର ବାୟୁସେନା ମିଳିତ ଭାବେ ନିଜର ଅତ୍ୟାଧୁନିକ ଯୁଦ୍ଧାଭ୍ୟାସ ପରିବେଷଣ କରିବେ । ନିଜ ନିଜର ଯୁଦ୍ଧ ରଣନୀତି ଅନ୍ୟ ମାନଙ୍କ ସହିତ ସେୟାର କରିବେ । 

ଭାରତୀୟ ବାୟୁସେନାର ଏହି ଉପସ୍ଥିତି କେବଳ ସୈନ୍ୟ ଅଭ୍ୟାସ ନୁହେଁ ବରଂ ବିଶ୍ବକୁ ଏକ ଯୁଦ୍ଧ ରଣନୀତି ସେନ୍ଦଶ ବୋଲି କୁହାଯାଉଛି । ଭାରତ କେବଳ ଦେଶ ଭିତରେ ଶକ୍ତିଶାଳୀ ନୁହେଁ, ବରଂ ବୈଶ୍ବିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ନିଜରକୁ ସୁଦୃଢ଼ କରିପାରିଛି । ଜାଗୁଆରର ଶକ୍ତି ଓ ମିଗ୍ -୨୯ର ବେଗ୍ ପୂରା ବିଶ୍ବ ଦେଖିବ ଭାରତୀୟ ବାୟୁସେନା ଆକାଶମାର୍ଗରେ କେତେ ଶକ୍ତିଶାଳୀ । ଭାରତୀୟ ବାୟୁସେନା କୌଣସି ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ସକ୍ଷମ । ଅନ୍ୟପଟେ ଏହି ସମରାଭ୍ୟାସକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଡେଜାର୍ଟ ପ୍ଲେଗ-୧୦ ଯୁଦ୍ଧାଭ୍ୟାସ ଭାରତ ସାମିଲ୍ ହେବା କେବଳ ଯୁଦ୍ଧ ରଣନୀତି ପ୍ରସ୍ତୁତି ନୁହେଁ, ବରଂ ପଶ୍ଚିମ ଏସିଆରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ମିଶାଲ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.