IPL ପୂର୍ବରୁ ହୋଲିର ରଙ୍ଗରେ ରଙ୍ଗୀନ ହେଲେ ଭାରତୀୟ କ୍ରିକେଟର, ଦେଖନ୍ତୁ ଫଟୋରେ

Published By : Prameya-News7 Bureau | March 14, 2025 IST

ମୁମ୍ବାଇ ୧୪।୩: ସାରା ଦେଶରେ ଶୁକ୍ରବାର ହୋଲି ଧୁମଧାମରେ ପାଳିତ ହୋଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ମାନେ ରଙ୍ଗର ପର୍ବକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି। ଏଥିରେ ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ରଙ୍ଗର ନିଶା ଘାରିଥିଲା। ଭାରତୀୟ କ୍ରିକେଟରଙ୍କଠୁ ଆରମ୍ଭ କରି ବିଦେଶୀ କ୍ରିକେଟରଙ୍କୁ ମଧ୍ୟ ରଙ୍ଗରେ ରଙ୍ଗୀନ ହୋଇଥିବା ଦେଖାଯାଇଛି। ସଚ୍ଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ଭଳି ପୂର୍ବତନ ଭାରତୀୟ କ୍ରିକେଟର ମଧ୍ୟ ହୋଲିରେ ରଙ୍ଗୀନ ହୋଇଛନ୍ତି। 


ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ ନୂଆ ସିଜନ ଆରମ୍ଭ ହେବାକୁ ଯାଉଛି। ଏଣୁ ବିଦେଶୀ ଖେଳାଳି ମଧ୍ୟ ନିଜନିଜ ଟିମ୍ କୁ ଆସିଗଲେଣି। ସମସ୍ତେ ମିଳିମିଶି ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି। ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ତଥା ବ୍ୟାଟସମ୍ୟାନ୍ ଋଷଭ ପନ୍ଥଙ୍କୁ  ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଖେଳାଳିଙ୍କ ସହ ହୋଲି ଖେଳିଛନ୍ତି। ଲକ୍ଷ୍ନୌ ଫ୍ରାଞ୍ଚାଇଜି ତାଙ୍କ ଏକ୍ସ ଆକାଉଣ୍ଟରେ ପନ୍ଥ ଓ ନିକୋଲାସ ପୁରନଙ୍କ ଫଟୋ ସେୟାର କରିଛନ୍ତି। ଅନ୍ୟପଟେ କେକେଆରର ନୂଆ କ୍ୟାପ୍ଟେନ ଆଜିଙ୍କ୍ୟ ରାହାଣେ ନିଜ ଅନ୍ଦାଜରେ ହୋଲି ଖେଳିଛନ୍ତି। ଫ୍ରାଞ୍ଚାଇଜି ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। 



ହୋଲି ଅବସରରେ ସଚ୍ଚିନ ତେନ୍ଦୁଲକରଙ୍କୁ ଇଣ୍ଟରନ୍ୟାସନାଲ ମାଷ୍ଟର ଲିଗ୍ ଟିମ୍ ସହିତ ରଙ୍ଗର ଉତ୍ସବ ପାଳୁଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ସଚ୍ଚିନଙ୍କୁ ଯୁବରାଜଙ୍କ ସହ ହୋଲି ଖେଳୁଥିବା ଦେଖା ଯାଇଛି। କେକେଆର ଓ ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟସମ୍ୟାନ୍ ରିଙ୍କୁ ସିଂହଙ୍କୁ ହୋଲି ଖେଳୁଥିବା ଦେଖାଯାଇଛି। ସେ କୋଲକାତା ନାଇଟ ରାଇଡର୍ସ ଖେଳାଳିଙ୍କ ସହ ରଙ୍ଗ ଖେଳିଛନ୍ତି। କେକେଆର ଟିମର ଏକ ଫଟୋ ମଧ୍ୟ ସେୟାର କରିଛି। ଯେଉଁଥିରେ ସବୁ ଖେଳାଳିଙ୍କୁ ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିବା ଦେଖାଯାଉଛି। 







News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.