ନୂଆଦିଲ୍ଲୀ: ଆମେରିକାରୁ ବାହାର କରି ପାନାମାରେ ଏକ ହୋଟେଲ୍ରେ ରଖାଯାଇଥିବା ଅବୈଧ ପ୍ରବାସୀ ଭାରତୀୟ ଅସୁରିକ୍ଷତ ଅବସ୍ଥାରେ ଥିବା ନେଇ ଖବର ପ୍ରକାଶ ପାଇବା ପରେ ଏନେଇ ଉତ୍ତରେ ରଖିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ହୋଟେଲ୍ରେ ଥିବା ସମସ୍ତ ପ୍ରବାସୀ ଭାରତୀୟ ସୁରକ୍ଷିତ ଅଛନ୍ତି, ସେମାନଙ୍କ ପାଖରେ ଖାଦ୍ୟପାନୀୟ ଓ ଠାରୁ ଚିକିତ୍ସା ବ୍ୟବସ୍ଥା ସବୁ ରହିଛି। ନିର୍ବାସିତ ପ୍ରବାସୀ ଭାରତୀୟଙ୍କ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି କେନ୍ଦ୍ର ସରକାର କହରିଛନ୍ତି।
ଆମେରିକାରୁ ବାହାର କରି ପାନାମାର ଏକ ହୋଟେଲ୍ରେ ରଖାଯାଇଥିବା ନିର୍ବାସିତ ଭାରତୀୟ ନାଗରିକ ଅସୁରକ୍ଷିତ ଥିବା ନେଇ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଥିଲା। ହୋଟେଲ ଭିତରେ ଥିବା ନିର୍ବାସିତମାନେ କାଗଜରେ ଆମକୁ ସାହାଯ୍ୟ କର ଆମେ ଏଠି ସୁରକ୍ଷିତ ନାହୁଁ ବୋଲି ଲେଖି ଝରକା ପାଖରୁ ବାହାରକୁ ଦେଖାଇ ସହଯୋଗ ମାଗୁଥିଲେ। ଯାହାର ଫଟୋ ବିଭିନ୍ନ ମିଡିଆରେ ଭାଇରାଲ୍ ହୋଇଥିଲା। ଘଟଣା ପରେ ପାନାମାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଦୂତାବାସ କହିଛି ଯେ କିଛି ଭାରତୀୟ ନିର୍ବାସିତ ଭାରତୀୟ ନାଗରିକ ଆମେରିକାରୁ ଆସି ପାନାମାର ଏକ ହୋଟେଲ୍ରେ ରହିଛନ୍ତି। ଏମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ସମସ୍ତ ଆବଶ୍ୟକୀୟ ସୁବିଧା ଦିଆଯାଇଛି।
ପଢନ୍ତୁ- ଭାରତକୁ USAID ପାଣ୍ଠି ନେଇ ଟ୍ରମ୍ପଙ୍କ ପ୍ରଶ୍ନ ପରେ ଜାଣନ୍ତୁ ଜୟରାମ ରମେଶ କହିଲେ କ’ଣ?
ଦୂତାବାସ ପକ୍ଷରୁ ଆହୁରି କୁହାଯାଇଛି ଯେ ଦୂତାବାସ ଟିମ୍ କନସୁଲାର ଆକସେସ୍ ପାଇଛି। ସେମାନଙ୍କ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଆମେ ଆୟୋଜକ ସରକାରଙ୍କ ସହିତ ମିଶି କାମ କରୁଛୁ। ପାନାମାର ନିକାରାଗୁଆ ଏବଂ କୋଷ୍ଟାରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ବିବୃତ୍ତିରେ ପ୍ରକାଶ ପାଇଛି।
ଅନ୍ତର୍ଜାତୀୟ ମିଡିଆ ଆସୋସିଏଟ୍ ପ୍ରେସ୍ର ରିପୋର୍ଟ ଅନୁଯାୟୀ ପାନାମା ସହରରେ ଥିବା ଡିକାପୋଲିସ ହୋଟେଲ୍ରେ ରହୁଥିବା ପ୍ରବାସୀମାନେ ଝରକା ବାହାରେ ପ୍ଲାକାର୍ଡ ଦେଖାଇ ସହଯୋଗ ମାଗିଥିଲେ। ଯେଉଁଥିରେ ‘ଦୟାକରି ସହଯୋଗ ରନ୍ତୁ’, ‘ଆମେ ଏଠି ସୁରକ୍ଷିତ ନାହୁଁ।’ ବୋଲି ଲେଖାଥିଲା।
ଅନ୍ୟପଟେ ସେହି ସମୟରେ ହୋଟେଲ୍ ବାହାରେ ପାନାମା ସୁରକ୍ଷା କର୍ମୀ ଓ ପୁଲିସଙ୍କର କଡ଼ା ପ୍ରହରା ରହିଥିବାର ଦେଖିବାକୁ ମିଳିଥିଲା। ତଳେ ସୁରକ୍ଷାକର୍ମୀ ଛିଡ଼ା ହୋଇ ପ୍ରହରା ଦେଉଥିବା ବେଳେ ହୋଟେଲ୍ ଉପରୁ ପ୍ରବାସୀମାନେ ଏଭଳି ପ୍ଲାକାର୍ଡ ଦେଖାଇ କାହିଁକି ସହଯୋଗ ମାଗିବା ନେଇ ପ୍ରଶ୍ନ ଉଠିଥିଲା।
ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କୁ ନିଜ ଦେଶରୁ ତଡ଼ୁଛନ୍ତି ଟ୍ରମ୍ପ ସରକାର। ଏଥିପାଇଁ ପ୍ରଥମେ ପ୍ରବାସୀଙ୍କୁ ଧରି ପାନାମାର ଏକ ହୋଟେଲ୍ରେ ରଖାଯାଉଛି। ଏହାପରେ ସେଠାରୁ ଏକ ବିମାନ ଯୋଗେ ସେମାନଙ୍କ ହୋତଗୋଡ଼ ବାନ୍ଧି ନିଜ ନିଜ ଦେଶରେ ଛାଡ଼ି ଦିଆଯାଉଛି।
ସେପଟେ ଏନେଇ ପାନାମା ସୁରକ୍ଷା ମନ୍ତ୍ରୀ ଫ୍ରାଙ୍କ ଆବ୍ରେଗୋ କହିଛନ୍ତି ଯେ ପ୍ରବାସୀମାନଙ୍କୁ "ସେମାନଙ୍କ ସ୍ୱାଧୀନତାରୁ ବଞ୍ଚିତ କରାଯାଉ ନାହିଁ । ସେମାନେ ସେମାନଙ୍କ ସୁରକ୍ଷା ପାଇଁ ଆମ ହେପାଜତରେ ଅଛନ୍ତି।" ସାମ୍ବାଦିକଙ୍କୁ ସୂଚନା ଦେଇ ଆବ୍ରେଗୋ କହିଛନ୍ତି ଆମେରିକା ସହିତ ହୋଇଥିବା ପ୍ରବାସ ଚୁକ୍ତି ଅନୁସାରେ, ନିର୍ବାସିତମାନଙ୍କୁ ଚିକିତ୍ସା ସହାୟତା ଏବଂ ଖାଦ୍ୟପାନୀୟ ଦିଆଯାଉଛି।
ନିର୍ବାସନ ପ୍ରକ୍ରିୟାରେ ଆମେରିକା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆମେିରିକାର ଅନୁରୋଧକ୍ରମେ ପାନାମା ଏଥିରେ ସହଯୋଗ କରୁଛି। ପ୍ରବାସୀମାନଙ୍କୁ ନେଇ ପାନାମାର ହୋଟେଲ୍ଗୁଡ଼ିକରେ ରଖାଯାଉଛି। ତେବେ ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ଖର୍ଚ୍ଚ କିନ୍ତୁ ଆମେରିକା ବହନ କରୁଛି।