ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ୧୦ କୋଟି ଟପିବ, ୨୦୩୦ ସୁଦ୍ଧା ରିୟଲ ଇଷ୍ଟେଟ୍‌ରେ ଅନେକ ସମ୍ଭାବନା

Published By : Prameya-News7 Bureau | August 06, 2023 IST

ନୂଆଦିଲ୍ଲୀ: ଭାରତରେ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ବର୍ତ୍ତମାନର ୭.୦୬ କୋଟିରୁ ବଢି ୨୦୩୦ ସୁଦ୍ଧା ୧୦ କୋଟି ଯାଏ ପହଞ୍ଚିବାର ଅନୁମାନ ରହିଛି । ପ୍ରପର୍ଟି କନସଲଟେନ୍ସି ନାଇଟ୍ ଫ୍ରାଙ୍କ ଏବଂ ରୟାଲ ଇନଷ୍ଟିଟ୍ୟୁସନ ଅଯଫ୍ ଟାର୍ଟର୍ଡ ସର୍ଭେୟର୍ସ (RICS) ଇଣ୍ଡିଆ ନିର୍ମାଣ କ୍ଷେତ୍ରରେ କୁଶଳ ରୋଜଗାର ନାମକ ଏକ ରିପୋର୍ଟ ଜାରି କରିଛି । ଏହା ଅନୁସାରେ, ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏହି କ୍ଷେତ୍ରରେ କୁଶଳୀ ଶ୍ରମିକଙ୍କ ଭାଗିଦାରୀ ୯.୭ ପ୍ରତିଶତରୁ ବଢି ୧୦.୫ ପ୍ରତିଶତ ହୋଇଯିବ । ଏହାଛଡ଼ା, ୨୦୩୦ ସୁଦ୍ଧା ରିୟଲ ଇଷ୍ଟେଟ୍ ପ୍ରଡକ୍ସନ ୮୨ ଲକ୍ଷ କୋଟି ଟଙ୍କା ଯାଏ ପହଞ୍ଚିବାର ସମ୍ଭାବନା ରହିଛି ।

ପଢନ୍ତୁ: Videocon-ICICI Bank: ୧୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ସିବିଆଇ, ହେଲା ଅନେକ ଖୁଲାସା

ରିପୋର୍ଟରେ କୁହାଯାଇଛି, ରିୟଲ ଇଷ୍ଟେଟ କ୍ଷେତ୍ରରେ ବୃଦ୍ଧି ପଛର କାରଣ ବଢୁଥିବା ଜନସଂଖ୍ୟା । ଯାହାର ଚାହିଦା ପୂରଣ କରିବା ପାଇଁ କମର୍ଶିଆଲ, ରିଟେଲ୍, ହସ୍ପିଟାଲିଟି ଏବଂ ୱେରହାଉସ ଡେଭଲପମେଣ୍ଟ ସହ ବ୍ୟକ୍ତିଗତ ଘରର ଚାହିଦା ମଧ୍ୟ ବଢୁଛି । ନିର୍ମାଣ କ୍ଷେତ୍ରରେ ୨୦୧୧ ପରଠୁ ବାର୍ଷିକ ୧୧ ପ୍ରତିଶତ ହାରରେ ବୃଦ୍ଧି ହେଉଛି । ବର୍ତ୍ତମାନ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ନିର୍ମାଣ କ୍ଷେତ୍ରର ଯୋଗଦାନ ୧୮ ପ୍ରତିଶତ ଅଟେ । ଏହା କୃଷି କ୍ଷେତ୍ର ପରେ ଦ୍ୱିତୀୟ ସବୁଠୁ ଅଧିକ ରୋଜଗାର ଦେଉଥିବା କ୍ଷେତ୍ର ଅଟେ । ଏହା ବ୍ୟତୀତ ୨୦୧୧-୧୨ ଏବଂ ୨୦୨୧-୨୨ ମଧ୍ୟରେ ଭାରତର ନିର୍ମାଣ କ୍ଷେତ୍ରକୁ ୩୫ ବିଲିୟନ ଡଲାର ଏଫଡିଆଇ ଆକର୍ଷିତ କରିଥିଲା ।

RICSରେ ଦକ୍ଷିଣ ଏସିଆର ପ୍ରବନ୍ଧ ନିର୍ଦ୍ଦେଶକଙ୍କ ଅନୁସାରେ, ଏହି କ୍ଷେତ୍ରରେ ବୃଦ୍ଧି ଆୟ ସ୍ତରରେ ବୃଦ୍ଧି, ଘରୋଇ ଚାହିଦା ଏବଂ ଅନୁକୂଳ ବ୍ୟବସାୟୀକ ସ୍ଥିତି ବିଦେଶୀ ଏବଂ ଘରୋଇ ଉଭୟ ନିବେଶକଙ୍କୁ ଆକର୍ଷିତ କରିଛି । ରିପୋର୍ଟରେ କୁହାଯାଇଛି ଯେ ଏହି କ୍ଷେତ୍ର ଏବଂ ଅର୍ଥବ୍ୟବସ୍ଥାକୁ ଉଚ୍ଚ ସ୍ତରରେ ବିକଶିତ କରାଇବା ପାଇଁ କୌଶଳ ବିକା ଉପରେ ଅଧିକ ଜୋର ଦିଆଯିବା ଦରକାର ।

Also Read: ଫ୍ରେଣ୍ଡସିପ୍ ଡେ’ରେ ନିଜେ ଫୁଡ ଡେଲିଭରୀ କରିବାକୁ ବାହାରିପଡିଲେ ଜୋମାଟୋ CEO, ବାଣ୍ଟିଲେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.