ଡିସେମ୍ବର ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ଥିଲା ୬.୨%, ଜାଣନ୍ତୁ ପୁରା ଆର୍ଥିକବର୍ଷ ନିମନ୍ତେ ଆକଳନ କେତେ?

Published By : Prameya-News7 Bureau | February 28, 2025 IST

ନୂଆଦିଲ୍ଲୀ ୨୮।୨: ଭାରତର ଆର୍ଥିକ ବୃଦ୍ଧି ହାର ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ମୁଖ୍ୟ ରୂପେ ମେନୁଫେକ୍ଚରିଂ ଓ ଖନନ କ୍ଷେତ୍ରର ଖରାପ ପ୍ରଦର୍ଶନ କାରଣରୁ ହ୍ରାସ ହୋଇ ୬.୨ ପ୍ରତିଶତ ରହିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଭାରତୀୟ ଅର୍ଥ ବ୍ୟବସ୍ଥା ଜାରି ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ୨୦୨୪ ତ୍ରୈମାସିକରେ ୬.୨ ପ୍ରତିଶତ ବୃଦ୍ଧି ହାସଲ କରିଛି। ବର୍ଷକ ପୂର୍ବର ସମାନ ଅବଧିରେ ଏହା ୯.୫ ପ୍ରତିଶତ ହାରରେ ବଢିଥିଲା। 

ଜାରି ଆର୍ଥିକ ବର୍ଷର ଜୁଲାଇ-ସେପ୍ଚେମ୍ବର ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହାର ୫.୬ ପ୍ରତିଶତ ଥିଲା। ଏହା ସହିତ ଏନଏସଓ ନ୍ୟାସନାଲ ଆକାଉଣ୍ଟରେ ନିଜର ଦ୍ୱିତୀୟ ଅଗ୍ରୀମ ଅନୁମାନରେ ଜାରି ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବାର ପୂର୍ବାନୁମାନ କରିଛନ୍ତି। 

ଏହା ପୂର୍ବରୁ ଜାନୁୟାରୀ ୨୦୨୫ରେ ଜାରି ନିଜର ପ୍ରଥମ ଅଗ୍ରୀମ ଅନୁମାନରେ ଏନଏସଓ ଜାରି ବର୍ଷ ନିମନ୍ତେ ୬.୪ ପ୍ରତିଶତ ବୃଦ୍ଧି ଅନୁମାନ କରିଥିଲେ। ଏନଏସଓ ପିଛିଲା ଆର୍ଥିକ ବର୍ଷ ୨୦୨୩-୨୪ ନିମନ୍ତେ ଜିଡିପି ବୃଦ୍ଧିକୁ ସଂଶୋଧନ କରି ୯.୨ ପ୍ରତିଶତ କରିଛନ୍ତି। ପୂର୍ବରୁ ଏହି ଆକଳନ ୮.୨ ପ୍ରତିଶତ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.