ଅଶାନ୍ତ ମଧ୍ୟପ୍ରାଚ୍ୟ : ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ

Published By : Prameya-News7 Bureau | June 24, 2025 IST

ଭୁବନେଶ୍ବର ୨୪।୬: ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଭାବିତ ହେଲା ଆନ୍ତର୍ଜାତୀୟ ବିମାନ ସେବା । ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ । ଭୁବନେଶ୍ବରରୁ ଆବୁଧାବି 6E 1442 ଆବୁଧାବିରୁ ଭୁବନେଶ୍ୱର 6E 1441 ବିମାନ ଉଡାଣ ବାତିଲ ହୋଇଛି । 

ଇରାନ-ଆମେରିକା ଯୁଦ୍ଧ ସ୍ଥିତି ଯୋଗୁ ଏୟାର ସ୍ପେସ୍ କଟକଣା ଦେଖାଦେଇଛି । ଫଳରେ ଇଣ୍ଡିଗୋ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ମଧ୍ୟପ୍ରାଚ୍ୟ ସହର ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଏବଂ ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ସୁରକ୍ଷା ସୁନିଶ୍ଚିତ କରିବା ପରେ ଧିରେ ଧିରେ ବିମାନ ଉଡାଣ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି । ସେହିପରି ଦୁବାଇର ଏମିରେଟ୍ସ ମଧ୍ୟ ଆଡଭାଇଜରି ଜାରି କରିଛି । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି ଏମିରେଟ୍ସ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିଲା ବିମାନ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଗତ ଜୁନ୍ ୧୨ ତାରିଖରୁ ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ବିମାନସେବା ସେବାର ଶୁଭାରମ୍ଭ କରାଯାଇଥିଲା । UAEର ରାଜଧାନୀ ଆବୁଧାବିକୁ ଭୁବନେଶ୍ୱରରୁ ସିଧା ବିମାନେସେବାର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ବିମାନସେବାର ଶୁଭାରମ୍ଭ କରିଥିଲେ । ସପ୍ତାହକୁ ତିନି ଥର ବୁଧବାର, ଶୁକ୍ରବାର ଓ ରବିବାର ଦିନ ଆବୁଧାବିକୁ ବିମାନ ସେବା ଆରମ୍ଭ କରାଯାଇଥିଲା ।

You Can Read:

ତହସିଲଦାରଙ୍କ ବାବୁ ଗିରି, ସାର୍‌ଙ୍କୁ ଅଭିଯୋଗ କରିବାକୁ ଆସିଲେ ଆସିବ ଜୋତା ଖୋଲି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.