ମାଲକାନଗିରି ୨୨/୦୫: ଛତିଶଗଡ଼ ନାରାୟଣପୁର ବିଜାପୁର ଜଙ୍ଗଲରେ ଜାରି ରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ଅବସ୍ଥାରେ ନାରାୟଣପୁର ମୁଖ୍ୟ ଚିକିତ୍ସାଳୟରେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ଜଣକ ହେଲେ ଖୋଟଲୁ ରାମ କୋରାମ । ଗତକାଲି ବି ଜଣେ ସହିଦ ହୋଇ ଥିଲେ ।
ସୂଚନା ଥାଉକି, ବୁଧବାର ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟରରେ ମାଓନେତା ବାସବରାଜୁଙ୍କ ସମେତ ୨୭ ମାଓବାଦୀଙ୍କୁ ନିପାତ କରିଛି ସେନା । ଏହାପରେ ଏକ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ମୁଖିଆ ବିହୀନ ହୋଇଯାଇଛି ମାଓ ସଙ୍ଗଠନ । ୭୦ ବର୍ଷୀୟ ବାସବରାଜୁ ମାଓବାଦୀଙ୍କ ଟପ୍ ନେତା ଥିଲେ ।
ଅନ୍ୟ ଦୁଇ ବରିଷ୍ଠ ନେତା ମାଲୋଜୁଲ୍ଲା ବେଣୁଗୋପାଳ ଓରଫ୍ ସୋନୁ ଏବଂ ଥିପିରି ତିରୁପତି ଓରଫ୍ ଦେବଜୀଙ୍କର ମୃତ୍ୟୁ ହୋଇଛି । ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ବିଜାପୁର, ନାରାୟଣପୁର, ଦାନ୍ତେୱାଡା, କୋଣ୍ଡାଗାଓଁ ଡିଆରଜି ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି ।