ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ଏମିତି କହିଲେ ଗିଲ୍‌, ରାଗିଗଲେ ପୂର୍ବତନ କ୍ରିକେଟର...

Published By : Prameya-News7 Bureau | April 29, 2025 IST

ନୂଆଦିଲ୍ଲୀ ୨୯/୦୪: ୨୮ ଏପ୍ରିଲ, କମ୍ପିଥିଲା ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ । ଅନୁଷ୍ଠିତ IPL ୨୦୨୫ର ୪୭ତମ ମ୍ୟାଚ୍‌ରେ, ଝଡ ଭଳି ଗର୍ଜିଥିଲେ ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୩୮ ବଲ୍‌ରେ ୧୦୧ ରନ୍ କରି ଏକତରଫା ବିଜୟ ହାସଲ କରିଥିଲା ରାଜସ୍ଥାନ ରୟାଲ୍ସ ଦଳ । ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସକୁ ୮ ୱିକେଟ୍‌ରେ ପରାସ୍ତ କରିଥିଲା ରୟାଲ୍ସ । 

ଏହି ୧୪ ବର୍ଷୀୟ ବ୍ୟାଟସମ୍ୟାନ୍ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ଆଇପିଏଲରେ ସର୍ବକନିଷ୍ଠ କ୍ରିକେଟର ଭାବେ ଶତକ ହାସଲ କରିଛନ୍ତି ସୂର୍ଯ୍ୟବଂଶୀ । ମାତ୍ର ୧୪ ବର୍ଷ ବୟସରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ସେ । 

୩୫ ବଲରୁ ଶତକୀୟ ଇନିଂସ ଖେଳିଛନ୍ତି ସୂର୍ଯ୍ୟବଂଶୀ । ଆଇପିଏଲରେ ଦ୍ରୁତତମ ଭାରତୀୟ ଶତକ ହାସଲକାରୀ ବୈଭବ । ଏହା ପୂର୍ବରୁ ୟୁସୁଫ୍ ପଠାନ ୩୭ ବଲରେ ଶତକ ହାସଲ କରିଥିଲେ । ୧୦୧ ରନର ଇନିଂସରେ ୧୧ଟି ଛକା ଓ ୭ଟି ଚୌକା ମାରିଥିଲେ

ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଆଇପିଏଲ ଖେଳାଳି । 


ମ୍ୟାଚ୍ ପରେ, ଦଳର ପରାଜୟରେ ନିରାଶ ଦେଖାଯାଉଥିବା ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲ୍ ରଖିଥିଲେ ପ୍ରତିକ୍ରିୟା । ରାଜସ୍ଥାନ ରୟାଲ୍ସର ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ ବିଷୟରେ ବଖାଣିଥିଲେ ଗିଲ୍ । ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ଏକଥା ସହଜରେ ହଜମ ହୋଇନଥିଲା । ସେ ଜିଟି କ୍ୟାପଟେନଙ୍କୁ ଅନେକ କିଛି କହିଛନ୍ତି । 

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟ ପରେ, ଜିଟି ଅଧିନାୟକ ଶୁଭମନ ଗିଲ କହିଥିଲେ ଯେ ଏହା ବୈଭବ ସୂର୍ଯ୍ୟବଂଶୀଙ୍କ ଦିନ ଥିଲା। ସେ ଯେଉଁଭଳି ଭାବରେ ସଟ୍ ମାରୁଥିଲେ ତାହା ଦେଖିବା ଆଶ୍ଚର୍ଯ୍ୟଜନକ ଥିଲା । ତାଙ୍କ ଦିନ ଥିଲା ସେ,ଏହାର ଫୁଲ୍ ଉପଯୋଗ କଲେ। ଗିଲ୍ ଆହୁରି କହିଛନ୍ତି ଯେ ପାୱାର ପ୍ଲେରେ ହିଁ RRର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଆମଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଆମେ ଆହୁରି ଭଲ କରିପାରିଥାନ୍ତୁ, କିନ୍ତୁ କରିପାରିଲୁ ନାହିଁ।

ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ଶୁଭମନ ଗିଲ କହିଥିଲେ ଏହା ତାଙ୍କର ଦିନ ଥିଲା । ଯାହା ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ଠିକ୍ ଲାଗିନଥିଲା । ସେ କହିଛନ୍ତି ଯେ ବୈଭବଙ୍କ ଏହି ଚମତ୍କାର ଇନିଂସକୁ "ଭାଗ୍ୟବାନ ଦିନ" କହିବା ଠିକ୍ ନୁହେଁ। ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା। ସେ ସାରା ପଡ଼ିଆରେ ଭଲ ସଟ୍ ଖେଳିଥିଲେ। ତାଙ୍କର ପ୍ରତିଭାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଆମେ ଏପରି ଖେଳାଳିମାନଙ୍କୁ ସମ୍ମାନ ଦେବା ଉଚିତ।    



  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.