ମୁମ୍ଵାଇ ୦୩।୦୨; ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ । ବୋଧ ହୁଏ ସେ ପୁଣି ଥରେ ପ୍ରେମରେ ପଡ଼ିଛନ୍ତି । ବର୍ତ୍ତମାନ ନିଜର ଆଗାମୀ ସିରିଜ ‘ରକ୍ତ ବ୍ରହ୍ମାଣ୍ଡ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ସାମନ୍ଥା। ପ୍ରଶଂସକ ଏବେ ସିରିଜର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଏମିତିରେ ସାମନ୍ଥାଙ୍କ ଏକ ଫଟୋ ବେଶ ଭାଇରାଲ ହେଉଛି। ଫଟୋରେ ଅଭିନେତ୍ରୀ ଜଣେ ହ୍ୟାଣ୍ଡସମ୍ ହଙ୍କଙ୍କ ସହ ନଜର ଆସୁଛନ୍ତି। ଯାହା ପରଠାରୁ ସେ ତାଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଛି। ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି । ସାମନ୍ଥା କାହାକୁ ଡେଟ କରୁଛନ୍ତି କି? ଆସନ୍ତୁ ଜାଣିବା ସେ କିଏ?
ସାମନ୍ଥା ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ସେୟାର କରିଛନ୍ତି । ବ୍ୟକ୍ତି ଜଣଙ୍କ ଆଉ କେହି ନୁହେଁ ବରଂ ‘ସିଟାଡେଲର:ହନି ବନିର ନିର୍ଦ୍ଦେଶକ ରାଜ ନିଦିମୋରୁ। ଯେଉଁ ଫଟୋ ଗୁଡିକ ସାମ୍ନାକୁ ଆସିଛି ତାହା ଏକ ଟୁର୍ନାମେଣ୍ଟର । ଏସବୁ ଫଟୋକୁ ଦେଖି ତାଙ୍କ ଡେଟିଂ ଗୁଜବ ବଢ଼ିଛି। କାରଣ ଫଟୋଗୁଡ଼ିକରେ ଅଭିନେତ୍ରୀ ତାଙ୍କ ହାତ ଧରିଛନ୍ତି।ସୋସିଆଲ ମିଡିଆରେ ସାମନ୍ଥାଙ୍କ ଫଟୋ ବେଶ ଭାଇରାଲ ହେଉଛି। ପ୍ରତ୍ୟକ୍ଷ ନ ହେଲେ ବି ସେ ପରୋକ୍ଷରେ ନିଜ ସମ୍ପର୍କ ନେଇ ଖୁଲାସା କରିଥିବା କୁହାଯାଉଛି।
କିଛି ଲୋକ ଏହି ଫଟୋ ଗୁଡ଼ିକ ଉପରେ ଲେଖିଛନ୍ତି, 'ମୁଁ ଭାବୁଛି ସାମନ୍ତ ଏହାକୁ ଅଫିସିଆଲ୍ କରୁଛନ୍ତି'। ଆଉ ଜଣେ ଲେଖିଛନ୍ତି, 'ଆମେ ତୁମ ପାଇଁ ଖୁସି।' ବର୍ତ୍ତମାନ ସାମନ୍ଥା ଏବଂ ରାଜଙ୍କଠାରୁ କୌଣସି ବିବୃତ୍ତି ଆସିନାହିଁ। ସାମନ୍ତ ଚେନ୍ନାଇ ସୁପର ଚାମ୍ପିସର ମାଲିକ ଅଟନ୍ତି । ଫଟୋ ଗୁଡିକ ସେୟାର କରିବା ସମୟରେ ସାମନ୍ଥା ଲେଖିଥିଲେ, 'କ୍ରୀଡା ଜଗତରେ ମୋର ପ୍ରଥମ ପଦକ୍ଷେପ - ପିକଲେବଲ୍, ମୁଁ ହାରିବାକୁ ପସନ୍ଦ କରେ ନାହିଁ । କିନ୍ତୁ ଆଥଲେଟ୍ମାନେ ମୋତେ ସବୁବେଳେ ପ୍ରେରଣା ଦେଇଆସୁଛନ୍ତି । ତେଣୁ ଯେତେବେଳେ ମୁଁ ଚେନ୍ନାଇ ସୁପର ଚାମ୍ପିସର ମାଲିକ ହେବାର ସୁଯୋଗ ପାଇଲି, ମୁଁ ସଙ୍ଗେ ସଙ୍ଗେ ହଁ କହିଲି ଏବଂ ବର୍ତ୍ତମାନ ମୁଁ ବହୁତ ଖୁସି ।
ରାଜ ନିଦିମୋରୁ କିଏ?
ରାଜ ନିଡିମୋର ଜଣେ ଜଣାଶୁଣା ନିର୍ଦ୍ଦେଶକ। ରାଜ ଏବଂ ଡି.କେ.ର ପ୍ରସିଦ୍ଧ ଯୋଡି ଉତ୍କୃଷ୍ଟ ଧାରାବାହିକ ପାଇଁ ଜଣାଶୁଣା । ସେ ଦି ଫ୍ୟାମିଲି ମ୍ୟାନ୍, ସିଟାଡେଲ୍: ହନି ବନି, ଗନ୍ସ ଏବଂ ଗୁଲାବ ଭଳି ଧାରାବାହିକର ନିର୍ଦ୍ଦେଶନା ଦେଇଛନ୍ତି । ସାମନ୍ତ ତାଙ୍କ ସହ ଦି ଫ୍ୟାମିଲି ୨ ଏବଂ ସିଟାଡେଲ: ହନି ବନିରେ କାମ କରିଛନ୍ତି ।
ଦ୍ଵିତୀୟ ବିବାହ କଲେ ରାପର୍ ରଫ୍ତାର, ସାମ୍ନାକୁ ଆସିଲା ୱେଡିଂ ଫଟୋ