ଆକ୍ସନ ମୁଡ୍‌କୁ ଆସିଲେ ଇସ୍‌ଲାମିକ୍‌ ଦେଶ: OIC ଡାକିଲା ଜରୁରୀ ବୈଠକ, ଏକାଠି ହେବେ ୫୭ ମୁସଲିମ୍‌ ରାଷ୍ଟ୍ର

Published By : Prameya-News7 Bureau | October 14, 2023 IST

ନୂଆଦିଲ୍ଲୀ, ୧୪/୧୦: ଇସ୍ରାଏଲ ଉପରେ ବଡ଼ ପଦକ୍ଷେପ ନେବାକୁ ଯାଉଛି କି ଇସ୍ରାଏଲ? ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ନେଇ ଆକ୍ସନ ମୁଡ୍‌କୁ ଆସିଛି ଇସ୍‌ଲାମିକ୍‌ ଗ୍ରୁପ୍‌। ଦୀର୍ଘ ସପ୍ତାହେ ଧରି ଚାଲିଥିବା ଏହି ରକ୍ତାକ୍ତ ଯୁଦ୍ଧକୁ ନେଇ  ୫୭ ମୁସଲିମ ଦେଶର ସଂଗଠନ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍ (ଓଆଇସି) ଏକ ଜରୁରୀ ବୈଠକ ଡାକିଛି। OIC ଏକ ବିବୃତ୍ତି ଜାରି କରି କହିଛି ଯେ ସାଉଦି ଆରବର ଦାବି ଅନୁଯାୟୀ ବୁଧବାର ଦିନ ଓଆଇସି କାର୍ଯ୍ୟନିର୍ବାହୀ କମିଟିର ଜରୁରୀକାଳୀନ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ।

ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍ (ଓଆଇସି)ର ଏକ ପ୍ରମୁଖ ଦେଶ ଭାବେ ସାଉଦି ଆରବକୁ ବିବେଚନା କରାଯାଏ। OICରେ ସାଉଦି ଆରବ ଏବଂ ଏହାର ସହଯୋଗୀ ଦେଶଗୁଡିକର ଦବଦବା ରହିଛି। ଏହାର ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ସୃଷ୍ଟି କରି ମୁସଲମାନମାନଙ୍କୁ ସୁରକ୍ଷା ଦେବା।

ଓଆଇସି ଏକ ବିବୃତ୍ତି ଜାରି କରି କହିଛି ଯେ ସାଉଦି ଆରବର ଅନୁରୋଧ କ୍ରମେ ବୁଧବାର ଓସିଆଇ କାର୍ଯ୍ୟକାରିଣୀ କମିଟିର ବୈଠକ ଡକାଯାଇ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ତଥା ନାଗରିକଙ୍କ ସୁରକ୍ଷା ଉପରେ ଆଲୋଚନା କରାଯିବ। କିଙ୍ଗଡମ୍‌ ଅଫ୍‌ ସାଉଦି ଆରବ, ଯିଏ ଇସଲାମିକ୍ ଶିଖର ସମ୍ମିଳନୀ ଓ ଇସଲାମିକ୍ ସହଯୋଗ ସଂଗଠନର ବର୍ତ୍ତମାନର ଅଧ୍ୟକ୍ଷ ବି ଅଛନ୍ତି। ତାଙ୍କର ଅନୁରୋଧ କ୍ରମେ ଏହି ଜରୁରୀକାଳୀନ ବୈଠକ ଡକାଯାଇଛି।

wp:html /wp:html

ଏହାର ଉଦ୍ଦେଶ୍ୟ ହେଉଛି ଗାଜା ଏବଂ ଏହାର ଆଖପାଖ ଅଞ୍ଚଳରେ ହେଉଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ସେଠାରେ ଥିବା ନାଗରିକଙ୍କ ଜୀବନ ସୁରକ୍ଷା ଏବଂ ସ୍ଥିରତା ଉପରେ ଅବନତି ଘଟୁଥିବା ପରିସ୍ଥିତି ଉପରେ ଆଲୋଚନା କରିବା। ଏହି OIC ବୈଠକ  ଅକ୍ଟୋବର ୧୮ରେ ଜୈଡ୍ଡା ଠାରେ ଅନୁଷ୍ଠିତ ହେବ।

ସାଉଦି ଆରବର  ରାଜା ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ମଙ୍ଗଳବାର ଜରୁରୀ ବୈଠକ ଢାକିବା ନେଇ ଓଆଇସିକୁ ନିବେଦନ କରିଥିଲେ। ଏହା ବ୍ୟତୀତ ସାଉଦି ରାଜା ସଲମାନଙ୍କ ନେତୃତ୍ୱରେ ସାଉଦି ମନ୍ତ୍ରୀ ପରିଷଦଙ୍କ ମଧ୍ୟ ଏକ ବୈଠକ ବସିଥିଲା। ଏହି ବୈଠକରେ ସାଉଦି ରାଜା ସଲମାନ ଏବଂ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅନ୍ତର୍ଜାତୀୟ ସ୍ତରୀୟ ନେତାଙ୍କ ସହ ଆଲୋଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.