ନୂଆଦିଲ୍ଲୀ: ଗାଜାରେ ଯଦ୍ଧବିରତି ଲାଗୁ ଇସ୍ରାଏଲ୍ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ପୋଷ୍ଟରେ ଗାଜାରେ ଯୁଦ୍ଧବିରତି ଲାଗୁ କରାଯାଇଥିବା କୁହାଯାଇଛି । ହମାସ୍ ବନ୍ଦୀଙ୍କ ତାଲିକା ଦେବାରେ ବିଳମ୍ୱ କରିଥିବାରୁ ଯୁଦ୍ଧ ବିରତି ତିନି ଘଣ୍ଟା ବିଳମ୍ୱରେ ଲାଗୁ ହୋଇଥିବା ନେତନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି । ପିଏମ୍ ନେତନ୍ୟାହୁ ମଧ୍ୟ ଏକ ଏକ୍ସ ପୋଷ୍ଟରେ ଇସ୍ରାଏଲକୁ ବନ୍ଦୀଙ୍କ ସୂଚୀ ମିଳିଛି ଏବଂ ସେମାନଙ୍କ ସୁରକ୍ଷା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ।
ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଉପରେ ରୋକ ଲଗାଇବା ପାଇଁ ଯୁଦ୍ଧବିରତି ଉପରେ ବୁଝାମଣା ହୋଇଛି । ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ । ବୁଝାମାଣ ଅନୁସାରେ ପ୍ରଥମ ପର୍ଯ୍ୟାୟ ୪୨ ଦିନ ଯାଏ ରହିବ ଏବଂ ଏଥିରେ ବନ୍ଦୀଙ୍କୁ ମୁକ୍ତ କରାଯିବ । ରିପୋର୍ଟ ଅନୁସାରେ ୩୩ ଇସ୍ରାଏଲୀ ନାଗରିକ ଏବେ ବି ହମାସ କଏଦରେ ଅଛନ୍ତି । ଏଥିରୁ ତିନି ଜଣଙ୍କୁ ରବିବାର ମୁକ୍ତ କରାଯିବ ।
ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟ ସକାଳ ୮.୩୦ ମିନିଟରେ ଲାଗୁ ହୋଇଥାନ୍ତା । ଇସ୍ରାଏଲୀ ମିଡିଆ ଅନୁସାରେ, ବନ୍ଦୀଙ୍କ ତାଲିକା ଦେବାରେ ହମାସ ବିଳମ୍ୱ କରିଥିଲା ତେଣୁ ଏହାକୁ ୧୧.୧୫ ମିନିଟରେ ଲାଗୁ କରାଗଲା । ପ୍ରଥମ ଦିନରେ ତିନି ମହିଳାଙ୍କୁ ମୁକ୍ତ କରାଯିବ । ଏହା ପୂର୍ବରୁ ଇସ୍ରାଏଲୀ ସେନା ଗାଜାରେ ନିଜର ଚୂଡ଼ାନ୍ତ ପର୍ଯ୍ୟାୟର ଆଟାକ୍ କରିଥିଲା ଏବଂ ଏଥିରେ ହମାସର ଅନେକ ଶିବିର ଧ୍ୱଂସ ହୋଇଥିବା ଦାବି କରାଯାଉଛି ।