ମିସନ ‘ଗଗନୟାନ’ ଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଛନ୍ତି ଇସ୍ରୋ, ଡ୍ରଗ୍ ପାରାସ୍ୟୁଟର ହେଲା ସଫଳ ପରୀକ୍ଷଣ

Published By : Prameya-News7 Bureau | August 11, 2023 IST

ତିରୁଅନନ୍ତପୁରମ ୧୧।୮: ମିସନ ‘ଗଗନୟାନ’ ପ୍ରସ୍ତୁତିରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ଏବେ ଜୋରସୋରରେ ଲାଗିପଡିଛନ୍ତି। ଏହିକ୍ରମରେ ଇସ୍ରୋ ଡ୍ରଗ ପାରାସ୍ୟୁଟ ମୁତୟନ ନିମନ୍ତେ ପରୀକ୍ଷଣ ଶୃଙ୍ଖଳା ସଫଳତାର ସହ ସଞ୍ଚାଳନ କରିଥିବା ଜଣାପଡିଛି। ଗଗନୟାନରେ ପାରାସ୍ୟୁଟ ନିୟୋଜିତ ହେବ , ଯାହା ଅନ୍ତରୀକ୍ଷ ଉଡାଣ ମିସନରେ ଦ୍ୱିତୀୟବାର ପ୍ରବେଶ କାଳରେ କ୍ରୁ ମଡ୍ୟୁଲକୁ ସ୍ଥିର କରିବା ଓ ଏହାର ବେଗକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରୁ ଉଠିଲା ପୃଥିବୀ ଓ ଚନ୍ଦ୍ରର ଫଟୋ, ଜାରି କଲେ ISRO

ଗଗନୟାନ ମିସନରେ ଯାତ୍ରୀଙ୍କୁ ସୁରକ୍ଷିତ ଉପାୟରେ ଅନ୍ତରୀକ୍ଷକୁ ପହଞ୍ଚାଇ ଦିଆଯିବ ଓ ସେଠାରୁ ପୁଣି ପ୍ରତ୍ୟାହାର କରିଅଣାଯିବ। ଉଲ୍ଲେଖଯୋଗ୍ୟ ଯେ ଡ୍ରଗ ପାରାସ୍ୟୁଟ୍ କୁ ବେଗ ହ୍ରାସ ଓ ତୀବ୍ର ଗତିରେ ଖସୁଥିବା ବା ଚାଲୁଥିବା ବସ୍ତୁକୁ ସ୍ଥିର କରିବା ପାଇଁ ବ୍ୟବହାର କରାଯାଏ। ଏ ନେଇ ଜାତୀୟ ଅନ୍ତରୀକ୍ଷ ସଙ୍ଗଠନ ଶୁକ୍ରବାର ଜାରି କରିଥିବା ବୟାନରେ କହିଛନ୍ତି ଯେ ଇସ୍ରୋଙ୍କ ତିରୁଅନନ୍ତପୁରମସ୍ଥିତ ବିକ୍ରମ ସରାଭାଇ କେନ୍ଦ୍ର ୮ରୁ ୧୦ ଅଗଷ୍ଟ ମଧ୍ୟରେ ଚଣ୍ଡିଗଡ଼ସ୍ଥିତ ଟର୍ମିନାଲ ବାଲିଷ୍ଟିକ୍ ଗବେଷଣା ପ୍ରୟୋଗଶାଳାର ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍‌ରେ ଡ୍ରଗ ପାରାସ୍ୟୁଟ୍ ପରୀକ୍ଷଣ ଶୃଙ୍ଖଳାକୁ ସଫଳତାର ସହ ସଞ୍ଚାଳନ କରିଛି।

{"id":829606,"width":841,"height":578,"sizeSlug":"full","linkDestination":"none"}

ଏହି ପରୀକ୍ଷଣ ଡିଆରଡିଓ ଏବଂ ଏଡିଆରଡିଇଙ୍କ ସହଯୋଗରେ ଆୟୋଜନ କରାଯାଇଥିଲା। ଏହି ପାରାସ୍ୟୁଟ୍ କୁ କମାଣ୍ଡ ମିଳିବାମାତ୍ରେ ପବନରେ ଭଲରୂପେ ଖୋଲିବାକୁ ଡିଜାଇନ କରାଯାଇଛି। ଇସ୍ରୋଙ୍କ ସୂଚନା ଅନୁସାରେ ଏହି ପାରାସ୍ୟୁଟ୍‌ର ବ୍ୟାସ ୫.୮ ମିଟର ଯାହା ସିଙ୍ଗଲଫେଜ ରିଫିଙ୍ଗ ତନ୍ତ୍ରର ଉପଯୋଗ କରୁଛି। ଇସ୍ରୋ କହିଛନ୍ତି ଯେ ଏହି ପାରାସ୍ୟୁଟ୍‌ ପ୍ରାରମ୍ଭିକ ଝଟକାକୁ କମ୍‌ କରିବା ପାଇଁ ବ୍ୟବହାର କରାଯାଇଥାଏ ଓ ସହଜ ଏବଂ ନିୟନ୍ତ୍ରିତ ଲ୍ୟାଣ୍ଡିଂ ସୁନିଶ୍ଚିତ କରିଥାଏ।

ପୁଣି କକ୍ଷ ପରିବର୍ତ୍ତନ କଲା ଚନ୍ଦ୍ରଯାନ-୩, ହେଲା ଚନ୍ଦ୍ରମାର ଆହୁରି ନିକଟତର

ଏହି ସଫଳ ଆରଟିଆରଏସ୍ ପରୀକ୍ଷଣ ଡ୍ରଗ ପାରାସ୍ୟୁଟ୍‌ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ରୂପେ କାମ କରିଥାଏ। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ପ୍ରାରମ୍ଭରେ ଏ ନେଇ ପରୀକ୍ଷଣ ଆୟୋଜନ କରାଯାଇଥିଲା। ଏଥିରୁ ମିସନ ଗଗନୟାନର ପାରାସ୍ୟୁଟ୍ ସିଷ୍ଟମ ବିକାଶର ପ୍ରଗତିକୁ ବଳ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.