ମୋଦି ଓ ଜୋ ବାଇଡେନଙ୍କ ସାକ୍ଷାତରେ ଉଠିବ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ, ପ୍ରସ୍ତାବରେ ବାଜିଲା ହ୍ୱାଇଟ ହାଉସ୍‌ର ମୋହର

Published By : Prameya-News7 Bureau | June 21, 2023 IST

ୱାସିଂଟନ ୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତିଙ୍କ ସାକ୍ଷାତ ଆଲୋଚନାରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠିବ। ହ୍ୱାଇଟ୍ ହାଉସ୍‌ର ଜନୈକ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ମୋଦି ଓ ବାଇଡେନଙ୍କ ଶାନ୍ତି ଶିଖର ସମ୍ମିଳନୀ ବା ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କେଉଁ ସ୍ତର ପର୍ଯ୍ୟନ୍ତ ଯିବ ସେ ନେଇ ଏବେଠୁ ଆକଳନ କରାଯାଇ ନପାରେ ବୋଲି ଆମେରିକା ଜାତୀୟ ସୁରକ୍ଷା ପରିଷଦରେ ସାମରିକ ସଞ୍ଚାର ସମନ୍ୱୟକ ଜନ କିର୍ବି ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଟେସ୍‌ଲା CEOଙ୍କ ଲାଗି ଲକିଚାର୍ମ ସାବ୍ୟସ୍ତ ହେଲେ ମୋଦି, ମାତ୍ର କିଛିମିନିଟ୍‌ର ଆଲୋଚନାରୁ ମସ୍କଙ୍କୁ ମିଳିଲା ୮୨ ହଜାର କୋଟିର ଲାଭ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡି ଡା.ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଅଛନ୍ତି। ୨୨ ଜୁନ ରାତିରେ ବାଇଡେନ ଦମ୍ପତ୍ତି ମୋଦିଙ୍କ ସମ୍ମାନରେ ରାଜକୀୟ ରାତ୍ରିଭୋଜର ଆୟୋଜନ କରିବେ। ଏହି ଦିନ ପ୍ରଧାନମନ୍ତ୍ରୀ ଆମେରିକା ସଂସଦର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ। ଏଥିରେ କର୍ବି କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ତୃତୀୟ ପକ୍ଷ ରୂପେ ଯେ କୌଣସି ଦେଶର ଭୂମିକାକୁ ସ୍ୱାଗତ କରିବ।

{"id":806676,"width":840,"height":497,"sizeSlug":"full","linkDestination":"none"}

କିର୍ବିଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ବୈଠକ କାଳରେ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଚର୍ଚ୍ଚା ହେବକି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ କିର୍ବି  ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନା କେଉଁ ସ୍ତର ପର୍ଯ୍ୟନ୍ତ ଯିବ ସେ ବିଷୟରେ ଏବେଠୁ ଆକଳନ କରିବା ଅସମ୍ଭବ ବୋଲି କହିଥିଲେ। ତେବେ ମୋଦିଙ୍କ ଏହି ରାଜକୀୟ ଯାତ୍ରାରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ନିଶ୍ଚିତ ଉଠିବ ଏଥିରେ ସନ୍ଦେହ କରିବାର କିଛି ନାହିଁ ବୋଲି ସେ କହିଥିଲେ।

ଜାତିସଂଘ ମୁଖ୍ୟାଳୟରେ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ-ଯୋଗ କପିରାଇଟ୍ ଏବଂ ପେଟେଣ୍ଟ ଫ୍ରି

ହେଲେ ଏଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ଶାନ୍ତି ଶିଖର ସମ୍ମିଳନୀ ବା ଶାନ୍ତି ପ୍ରସ୍ତାବ ଉପରେ କେଉଁ ସ୍ତର ପର୍ଯ୍ୟନ୍ତ ଆଲୋଚନା କରିବେ ତାହା ଉପରେ ଏବେ କିଛି କୁହାଯାଇ ପାରିବ ନାହିଁ ବୋଲି କିର୍ବି କହିଥିଲେ। ଏଥିଲାଗି ଆମକୁ ମୋଦିଙ୍କ ରାୟକୁ ଅପେକ୍ଷା କରିବାକୁ ପଡିବ। ତେବେ ୟୁକ୍ରେନରେ ଯାହା ହେଉଛି ତା ଉପରେ ନିଶ୍ଟିତ ଚର୍ଚ୍ଚା ହେବ ଓ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.