ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ମହାବିନାୟକ ପୀଠରେ ମହାଶିବରାତ୍ରୀ ବା ଯାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ହୋଇଥିବା ବୈଠକରେ ଶାନ୍ତିଶୃଙ୍ଖଳାର ସହ ଜାଗର ଯାତ୍ରା ଉପରେ ଗୁରୁତ୍ବାରୋପ କରାଯାଇଛି।
ଟ୍ରଷ୍ଟର ସଭାପତି ଧନେଶ୍ୱର ସାମଲଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ପଞ୍ଚଦେବ ପୀଠ ମହାବିନାୟକଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ଦର୍ପଣ ଅତିରିକ୍ତ ତହସିଲଦାର ବିରଜା ପ୍ରସାଦ ରାୟ, ପୂଜକ ସମିତି, ପୋଲିସ ପ୍ରଶାସନ, ଅଗ୍ନିଶମ, ପାନୀୟ ଜଳ, ବିଦ୍ୟୁତ ବିଭାଗ ଯୋଗଦେଇଥିଲେ। ଚଳିତ ବର୍ଷ ରାତ୍ର ୧ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି କରାଯାଇଛି। ହଜାର ହଜାର ଲୋକଙ୍କର ସମାଗମକୁ ଦୃଷ୍ଟିରେ ରଖି ପୀଠରେ ବ୍ୟାରିକେଡ ଆଲୋକୀକରଣ କରାଯାଇ ଶାନ୍ତିଶୃଙ୍ଖଳା ସହ ଦର୍ଶନ କରିବା ପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।