ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ପାକିସ୍ତାନ ଖେଳାଳିଙ୍କୁ ଦେଖି ଜୟ ଶ୍ରୀ ରାମ ନାରା ଲଗାଇବା ଗ୍ରହଣୀୟ ନୁହେଁ, ଏହା ନିମ୍ନ ମାନସିକତା: ଉଦୟନିଧି ଷ୍ଟାଲିନ୍

Published By : Prameya-News7 Bureau | October 15, 2023 IST

ନୂଆଦିଲ୍ଲୀ: ଗତକାଲି ଅହମଦବାଦରେ ଭାରତ ପାକିସ୍ତାନ ମ୍ୟାଚ୍‌ରେ ଭାରତୀୟ ଦର୍ଶକଙ୍କ ଜୟ ଶ୍ରୀ ରାମ ନାରା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍। ମହମ୍ମହଦ ରିଜୱାନ ଡ୍ରେସିଂ ରୁମ୍‌କୁ ଆସିଲା ବେଳେ ଫ୍ୟାନ୍‌ମାନେ ଜୟଶ୍ରୀ ରାମ ନାରା ଲଗାଇଥିଲେ। ୟାହା ଗ୍ରହଣୀୟ ନୁହେଁ ବୋଲି ଉଦୟନିଧି କହିଛନ୍ତି।

ସୋସିଆଲ୍ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରି ଷ୍ଟାଲିନ୍ ଲେଖିଛନ୍ତି “ଭାରତ ନିଜର ଖେଳୁଆଡ଼ ମନୋବୃତ୍ତି ଓ ଆତିଥ୍ୟ ପାଇଁ ପ୍ରତିଷ୍ଠିତ। ତେବେ ଅହମଦାବାଦରେ ପାକିସ୍ତାନ ଖେଳାଳିଙ୍କ ସହ ହୋଇଥିବା ବ୍ୟବହାର ଅଗ୍ରହଣୀୟ ଓ ନୂଆ ନିମ୍ନମାନର। ଖେଳକୁ ଦେଶ ଦେଶ ମଧ୍ୟରେ ଏକତା ସୃଷ୍ଟି କରିବାର ଶକ୍ତି ହେବା ଦରକାର। ସଚ୍ଚା ଭାଇଚାରାକୁ ପ୍ରୋତ୍ସାହନ ଦେବା। ତେବେ ଏହାକୁ ଘୃଣା ସୃଷ୍ଟି କରିବାକୁ ଏକ ଉପକରଣ ଭାବେ ବ୍ୟବହାର କରିବା ନିନ୍ଦନୀୟ।”

ପଢ଼ନ୍ତୁ-ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଆଉ ଏକ ରେକର୍ଡ, ତେନ୍ଦୁଲକର, ଧୋନୀ ଓ ଡିଭିଲିୟର୍ସଙ୍କୁ ପକାଇଲେ ପଛରେ

ଗତକାଲିର ମ୍ୟାଚ୍‌ରେ ଯେତେବେଳ ରିଜୱାନ୍ ୪୯ ରନ୍‌ରେ ଆଉଟ୍ ହୋଇ ଡ୍ରେସିଂ ରୁମ୍‌କୁ ଫେରୁଥିଲେ ସେତେବେଳେ ଫ୍ୟାନମାନେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ। ଯାହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏକାଧିକ ୟୁଜର ଏହାକୁ ନିନ୍ଦା କରିବା ସହ ଏହାକୁ କ୍ରିକେଟ୍ ଫ୍ୟାନ୍‌ମାନଙ୍କର ଅସୌଜନ୍ୟମୂଳକ ବ୍ୟବହାର ବୋଲି କହିଛନ୍ତି।  

ଗତକାଲିର ମ୍ୟାଚ୍‌ରେ ଟସ୍‌ ପଡ଼ିଥିବା ବେଳେ ମଧ୍ୟ ପାକିସ୍ତାନ କ୍ୟାପ୍ଟେନ୍ ବାବର ଆଜମଙ୍କୁ ଭାରତୀୟ ଫ୍ୟାନମାନେ ଅଟ୍ଟହାସ୍ୟ କରିଥିଲେ। ତେବେ ବିରାଟ କୋହଲି କିନ୍ତୁ ତାଙ୍କୁ ତାଙ୍କ ଜର୍ସି ଦେଇ ଭାଇଚାରର ନିଦର୍ଶନ ଦେଖାଇଥିଲେ। ତେବେ କେବଳ ପାକିସ୍ତାନୀ କ୍ରିକେଟର ନୁହଁନ୍ତି ଭାରତରେ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଫ୍ୟାନ୍‌ଙ୍କ ଔଧତ୍ୟର ସାମ୍ନା କରିବାକୁ ପଡ଼ିଥିଲା। ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ବୋଲର ସାମିଙ୍କ ପାଇଁ ମଧ୍ୟ ଜୟ ଶ୍ରୀ ରାମ ନାରା ଲାଗାଇଥିଲେ କିଛି ଅସାମାଜିକ ଫ୍ୟାନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.