ଜମ୍ମୁ ୨୮।୨: ଜମ୍ମୁ-କାଶ୍ମୀରରେ ପାଗ ବିଗିଡି ଯାଇଛି। ରାଜ୍ୟ ସରକାର ଖରାପ ପାଗ ଯୋଗୁ ଜମ୍ମୁ-କାଶ୍ମୀର ଉପତ୍ୟାକା ଓ ସଂଭାଗରେ ଥିବା କିଛି ବିଦ୍ୟାଳୟର ଶୀତ ଅବକାଶକୁ ଶୁକ୍ରବାର ବଢାଇ ଦେଇଛନ୍ତି। ଫଳରେ ବିଦ୍ୟାଳୟ ଛୁଟି ଅବଧି ଆଉ ୬ ଦିନ ବଢି ଯାଇଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଧିକାରୀକ ଆଦେଶ ଜାରି କରାଯାଇଛି। ସ୍କୁଲ ଶିକ୍ଷା ବିଭାଗ ଦ୍ୱାରା ଜାରି ଆଦେଶ ଅନୁସାରେ ଏବେ ସ୍କୁଲ ଶୀତ ଅବକାଶ ମାର୍ଚ୍ଚ ୭ ତାରିଖରେ ଖୋଲିବ।
ଜମ୍ମୁ-କାଶ୍ମୀର ମନ୍ତ୍ରୀ ସକୀନା ଇଟୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସରକାରଙ୍କ ପକ୍ଷରୁ ଜାରି ଆଦେଶ ସେୟାର କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଉପତ୍ୟାକାରେ ଏବର ପାଗକୁ ଦେଖି ହାୟର ସେକେଣ୍ଡାରୀ ସ୍ତର ପର୍ଯ୍ୟନ୍ତ ସ୍କୁଲ ଏବେ ମାର୍ଚ୍ଚ ୭ ତାରିଖକୁ ଖୋଲିବ। ଗତବର୍ଷ ଡିସେମ୍ବର ୬ ତାରିଖରେ ଉପତ୍ୟାକା ଓ ଜମ୍ମୁ ସଂଭାଗର ଶୀତକାଳୀନ କ୍ଷେତ୍ରର ସ୍କୁଲମାନଙ୍କରେ ପଢୁଥିବା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୀତକାଳୀନ ଅବକାଶ ଘୋଷଣା କରାଯାଇଥିଲା।
In response to the prevailing weather conditions in valley, schools upto higher secondary level will now reopen on 7th March 2025. pic.twitter.com/sq8DPy9fRs
— Sakina Itoo (@sakinaitoo) February 28, 2025
ସେହିପରି ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଡିସେମ୍ବର ୧୦ ତାରିଖରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଶୀତ ଅବକାଶ ଘୋଷଣା କରାଯାଇଥିଲା। ରାଜ୍ୟର ସବୁ ସ୍କୁଲ ମାର୍ଚ୍ଚ ୧ ତାରିଖରୁ ଖୋଲିବାର ଥିଲା। ତେବେ ଖରାପ ପାଗ ଓ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ସରକାର ଶୁକ୍ରବାର ବିଦ୍ୟାଳୟ ଶୀତ ଅବକାଶକୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି।
କାଶ୍ମୀରରେ ଗତରାତ୍ରିରେ ହୋଇଥିବା ହୀମପାତ ଯୋଗୁ ଶୁକ୍ରବାର ରେଳ, ବିମାନ ଓ ସଡ଼କ ଯୋଗାଯୋଗ ପ୍ରଭାବିତ ହୋଇଛି। ଅଧିକାରୀଙ୍କ ଅନୁସାରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଭୂ-ସ୍ଖଳନ ସହିତ ମାଟି ଧସିବା ଓ ପଥର ଖସିବା ଘଟଣା ସାମ୍ନାକୁ ଆସିଛି। ସମତଳ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଗୁଲମର୍ଗ, ସୋନମର୍ଗ ଓ ପହଲଗାଁବ ଭଳି ପର୍ଯ୍ୟଟନ ସ୍ଥଳ ସମେତ ଉପତ୍ୟାକାର ଉଚ୍ଚ ଅଞ୍ଚଳମାନଙ୍କରେ ମଧ୍ୟମରୁ ଭୀଷଣ ହୀମପାତ ହୋଇଛି। ଇତି ମଧ୍ୟରେ ଶ୍ରୀନଗରରେ ହାଲୁକା ହୀମପାତ ହୋଇଥିବାର ଖବର ଆସୁଛି।