ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ଫାଇନାଲ, ଟିମ୍‌ ଇଣ୍ଡିଆ ବିଜୟୀ ପାଇଁ ଯଜ୍ଞ

Published By : Prameya-News7 Bureau | June 29, 2024 IST

ଭଦ୍ରକ ୨୯।୦୬ : ଭାରତୀୟ କ୍ରିକେଟ ଟିମ ଟି ୨୦ ବିଶ୍ୱକପ ବିଜୟୀ ପାଇଁ ଯଜ୍ଞ । ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟରେ କ୍ରିକେଟ ପ୍ରେମୀ ମାନେ ଯଜ୍ଞ କରିଛନ୍ତି । ନୀଳଲୋହିତ ପୂଜା କମିଟି ସହ କ୍ରୀଡ଼ାପ୍ରେମୀ ମାନେ ନୀଳଲୋହିତ ମନ୍ଦିର ପ୍ରାଙ୍ଗଣ ରେ ଯଜ୍ଞ ଆୟୋଜିତ ହୋଇଛି ।  ଭାରତୀୟ ଦଳ ଏଥର ଟି ୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଆସିଛି । ଏହାସହ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟ ଭଲ ଫର୍ମରେ ଅଛି । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି ୨୦ ବିଶ୍ୱକପ ବିଜୟୀ ହେଉ ବୋଲି ଯଜ୍ଞ କରିଛନ୍ତି କ୍ରୀଡାପ୍ରେମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.