ବୁମ୍‌ରାହ ରଚିଲେ ଇତିହାସ, ୧୦ମ ବୋଲର ଭାବେ ହାସଲ କଲେ ଏହି ରେକର୍ଡ...

Published By : Prameya-News7 Bureau | September 21, 2024 IST

ଚେନ୍ନାଇ ୨୧।୦୯ : ଇତିହାସ ରଚିଲେ ଜଶପ୍ରୀତ୍‌ ବୁମ୍‌ରାହ । ଭାରତୀୟ କ୍ରିକେଟ୍‌ର ୧୦ମ ବୋଲର ଭାବେ କରିଲେ ଏହି ରେକର୍ଡ । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଏହି ଖାସ୍‌ ଉପଲବ୍ଧି ହାସଲ କରିଛନ୍ତି ବୁମ୍‌..ବୁମ୍‌.. ବୁମ୍‌ରାହ । 

ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ୍‌ ।ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ । ଶୁକ୍ରବାର ମ୍ୟାଚ୍‌ର ୨ୟ ଦିନ ଖେଳ ଥିଲା । ଏହି ଦିନ ଭାରତୀୟ କ୍ରିକେଟ୍‌ର ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରାହ ଖାସ୍‌ ରେକର୍ଡ ହାସଲ କରିଛନ୍ତି । ୩୦ ବର୍ଷୀୟ ଏହି ଦ୍ରୁତ ବୋଲର ନିଜ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୪୦୦ ଓ୍ୱିକେଟ୍‌ ନେବାର ରେକର୍ଡ କରିଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବୁମ୍‌ରାହ ୪ଟି ଓ୍ୱିକେଟ୍‌ ନେଇଛନ୍ତି । ପୂର୍ବରୁ ୪୦୦ ଓ୍ୱିକେଟ୍‌ ପୂରଣ କରିବାକୁ ଆଉ ୨ଟି ଶିକାର ବାକି ଥିଲା । ଏବେ ଏହା ପୂର୍ଣ୍ଣ ହୋଇଯାଇଛି । 

ଜଶପ୍ରୀତ୍‌ ବୁମ୍‌ରାହ ବର୍ତ୍ତମାନ ସୁଦ୍ଧା ୭୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ମୋଟ ୮୯ଟି ଓ୍ୱିକେଟ୍‌ ହାସଲ କରିଛନ୍ତି। ଏହାବ୍ୟତୀତ ୩୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୬୨ଟି ଓ୍ୱିକେଟ୍‌ ନେଇଛନ୍ତି । ଏହାପରେ ୮୯ଟି ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ଖେଳି ୧୪୯  ଓ୍ୱିକେଟ୍‌ ହାସଲ କରିଛନ୍ତି । ଯାହାକୁ ମିଶାଇ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଜଶପ୍ରୀତ୍‌ ବୁମ୍‌ରାହ ୪୦୦ ଓ୍ୱିକେଟ୍‌ ହାସଲ କରିଛନ୍ତି । 

ତେବେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ୪୦୦ରୁ ଅଧିକ ଓ୍ୱିକେଟ୍‌ ନେବାରେ ୧୦ମ ଭାରତୀୟ ବୋଲର ହୋଇଛନ୍ତି ଜଶପ୍ରୀତ୍‌ ବୁମ୍‌ରାହ । ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଭାରତୀୟ ବୋଲର ଭାବେ ଅନୀଲ୍‌ କୁମ୍ବଲେ ସର୍ବାଧିକ ୯୫୩ଟି ଓ୍ୱିକେଟ୍‌ ନେଇ ସବୁଠୁ ଆଗରେ ଅଛନ୍ତି । 

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ଓ୍ୱିକେଟ୍‌ ନେଇଥିବା ଭାରତୀୟ ବୋଲର-

୧. ଅନିଲ୍‌ କୁମ୍ବଲେ – ୯୫୩ ଓ୍ୱିକେଟ୍‌

୨. ରବିଚନ୍ଦ୍ରନ ଅଶ୍ୱିନୀ -୭୪୪ ଓ୍ୱିକେଟ୍‌

୩. ହରଭଜନ ସିଂହ- ୭୦୭ ଓ୍ୱିକେଟ୍‌

୪. କପିଲ ଦେବ- ୬୮୭ ଓ୍ୱିକେଟ୍‌

୫.ଜାହିର ଖାନ୍‌- ୫୯୭ ଓ୍ୱିକେଟ୍‌

୬.ରବିନ୍ଦ୍ର ଜାଡେଜା- ୫୬୮ ଓ୍ୱିକେଟ୍‌

୭.ଜଭଗଲ ଶ୍ରୀନାଥ୍- ୫୫୧ ଓ୍ୱିକେଟ୍‌

୮. ମହମ୍ମଦ ଶାମୀ- ୪୪୮ ଓ୍ୱିକେଟ୍‌

୯. ଇଶାନ୍ତ ଶର୍ମା- ୪୩୪ ଓ୍ୱିକେଟ୍‌

୧୦. ଜଶପ୍ରୀତ୍‌ ବୁମ୍‌ରାହ- ୪୦୦ ଓ୍ୱିକେଟ୍‌


IND vs BAN 1st Test Day 2: ଦ୍ୱିତୀୟ ଦିନରେ ବି ଫେଲ୍ ମାରିଲେ ରୋହିତ୍-ବିରାଟ, ଭାରତ ୩୦୮ ରନ୍‌ରେ ଆଗୁଆ

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.