୬୩୭ ଦିନ ପରେ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ; ବାଂଲାଦେଶ ବିରୋଧରେ ଦମଦାର ପ୍ରଦର୍ଶନ

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ: ୬୩୭ ଦିନ ପରେ ଟେଷ୍ଟ କ୍ରିକେଟରେ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ । ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିରୋଧରେ ଅର୍ଦ୍ଧଶତକ ମାରିଛନ୍ତି ଟିମ୍ ଇଣ୍ଡିଆର ଏହି ଷ୍ଟାର ବ୍ୟାଟର । ଦେଢ଼ ବର୍ଷ ପରେ ଟେଷ୍ଟ ଟିମକୁ ଫେରିବା ପରେ ନିଜର ଆଧିପତ୍ୟ ଜାହିର କରିଛନ୍ତି । ଆନ୍ତଜାର୍ତୀୟ ଟେଷ୍ଟ କ୍ରିକେଟରେ ଏହା ତାଙ୍କର ୧୧ତମ ଅର୍ଦ୍ଧଶତକ ।

ଦୁର୍ଘଟଣା ପରେ ପ୍ରାୟ ଦେଢ଼ ବର୍ଷ ହେବ ସେ ସମସ୍ତ ପ୍ରକାର କ୍ରିକେଟରୁ  ଦୂରେଇ ରହିଥିଲେ । ପ୍ରଥମ ଟି-୨୦ ବିଶ୍ବକପ ପାଇଁ ରଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆରେ ସାମିଲ୍ କରାଯାଇଥିଲା । ପରେ ଏବେ ତାଙ୍କୁ ଟେଷ୍ଟ କ୍ରିକେଟ ପାଇଁ ଚୟନ କରାଯାଇଛି । ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି ରଷଭ ପନ୍ତ । ସେ ବାଂଲା ବୋଲରଙ୍କ ବିରୋଧରେ ଛକା ଚୌକାର ବର୍ଷା କରିଛନ୍ତି । ମାତ୍ର ୧୦୮  ବଲରୁ ୮୨ ରନ କରି ଅପରାଜିତ ରହିଛନ୍ତି । ଦୁର୍ଘଟଣାରୁ ବାହାରିବା ପରେ ଏହା ପନ୍ତଙ୍କ ପ୍ରଥମ ଅର୍ଦ୍ଧଶତକ । ୬୩୭ ଦିନ ପରେ ପନ୍ତଙ୍କ ବ୍ୟାଟରୁ ଏହି ଅର୍ଦ୍ଧଶତକ ଆସିଛି । ପୂର୍ବରୁ  ମଧ୍ୟ ବାଂଲାଦେଶ ବିରୋଧ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେତେବେଳେ ସେ ୯୩ ରନର ଦମଦାର ଇନିଂସ ଖେଳିଥିଲେ । 

ଚିପକ୍ ଟେଷ୍ଟର ପ୍ରଛମ ଇନିଂସରେ ପନ୍ତ ୫୨ ବଲ ଖେଳି ୩୯ ରନ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସରେ ଟିମ୍ ଇଣ୍ଡିଆର ଶୀଘ୍ର ଓ୍ବିକେଟ୍ ପତନ ହେବା ପରେ ରିଷଭ ପନ୍ତ ଶୁଭମନ ଗିଲଙ୍କ ସହିତ ଭାରତୀୟ ଦଳକୁ ସମ୍ଭାଳି ନେଇଛନ୍ତି । ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ମଜବୁତ ସ୍ଥିତିରେ ରହିଛି । ତୃତୀୟ ଦିନ ଭୋଜନ ସମୟ ପର୍ଯ୍ୟନ୍ତ ଭରତ ୪୩୨ରନର ଲିଡ୍ ଦେଇଛି । ଶୁବମନ ଗିଲ୍ ଏବଂ ରିଷଭ ପନ୍ତ ଶତକ ଆଡ଼କୁ ଅଗ୍ରସର ହେଉଛନ୍ତି ।....

 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.